Pratidin TV

Odisha's Digital News Platform

ଏହା ମୋର ଶେଷ ନିର୍ବାଚନ ! ଆଠଗଡ଼ ରେ ରଣେନ୍ଦ୍ର କରିଲେ ଏପରି ଘୋଷଣା ..

1 min read

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ୱୀତିୟ ପ ର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ନିର୍ବାଚନ ମଣ୍ଡଳୀରେ ରୋଚକ ହେବାରେ ଲାଗିଛି ଲଢ଼େଇ । ପ୍ରଚାର ମୈଦାନରେ ବଳ କଷୁଛନ୍ତି ସମସ୍ତ ପ୍ରାର୍ଥୀ । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ନେଇ ରାଲି ଓ ସଭାର ଆୟୋଜନ କରିଛନ୍ତି । ତେବେ ଏହାରି ମଧ୍ୟରେ ସମ୍ନାକୁ ଆସିଛି ଏକ ବଡ ଖବର ।

ଆଉ ନିର୍ବାଚନ ଲଢିବେନି ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଠଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେବେ ଆଠଗଡରେ ହେଉଥିବା ଜନ ସମାବେଶରେ ସେ ଏପରି କହିଛନ୍ତି । ହୁଏତ ଏଥର ତାଙ୍କର ନିର୍ବାଚନ ଶେଷ ନିର୍ବାଚନ ହୋଇପାରେ । ତେଣୁ ଆଠଗଡବାସୀଙ୍କ ଭଲ ପାଇବା ଏବଂ ସ୍ନେହାଶ୍ରୀବାଦ କାମନା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *