୧୮୦ଛୁଆର ବାପା ନିଜ ପାଇଁ ଖୋଜୁଛି ଭଲ ଜୀବନସାଥୀ ,୫୧ ବର୍ଷରେ ରହିଛନ୍ତି ଅବିବାହିତ ..
1 min readନିଜ ପାଇଁ ଜୀବନ ସାଥି ଖୋଜିବାକୁ ସମସ୍ତଙ୍କର ଅଧିକ ରହିଛି । ସେ ପୁଅ ହେଉ କି ଝିଅ ନିଜ ପାଇଁ ଗୋପଟେ ଭଲ ଜୀବନ ସାଥି ବାଛିବା କୁ ଚାହାନ୍ତି ।ଆଉ ବିବାହ ପରେ କୁହ ଯାଏ ଯେ ମା’ ହେବା ଦୁନିଆର ସବୁଠାରୁ ବଡ଼ ଖୁସି ହୋଇଥାଏ । ଯାହାକୁ କେବଳ ଜଣେ ମହିଳା ହିଁ ବୁଝିପାରିବ । କିନ୍ତୁ ଅନେକ ସମୟରେ ମହିଳାମାନେ ଗର୍ଭଧାରଣ କରିବାରୁ ବଂଚିତ ହୋଇଥାନ୍ତି । ଏପରି ସ୍ଥିତିରେ ସେମାନେ ଶୁକ୍ରାଣୁ ଦାତା ବା ସ୍ପର୍ମ ଡୋନର୍ଙ୍କର ସାହାଯ୍ୟ ନିଅନ୍ତି । ବର୍ତ୍ତମାନ ବ୍ରିଟେନର ଜଣେ ୫୧ ବର୍ଷୀୟ ବ୍ୟକ୍ତି ନିଜ ପାଇଁ ଜୀବନ ସାଥି ଖୋଜୁଛନ୍ତି । ହେଲେ ଏହା କୌଣସି ବଡ଼ କଥା ନୁହେଁ । କିନ୍ତୁ ବ୍ୟକ୍ତି ଜଣ ଏକ ଦାବି କରିଛନ୍ତି ଯାହାକୁ ଶୁଣିଲେ ଆପଣବି ଆଶ୍ଚଯ୍ୟ ହେବେ । ଆଜ୍ଞା ହଁ ବ୍ରିଟେନର ଜଣେ ବ୍ୟକ୍ତି ଦାବି କରିଛନ୍ତି କି ସେ ପ୍ରାୟ ୨୦୦ ମହିଳାଙ୍କୁ ଗର୍ଭବତୀ କରିଛନ୍ତି । କିନ୍ତୁ ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ସେ ନିଜ ପାଇଁ କୌଣସି ଜୀବନସାଥୀ ପାଇନାହାନ୍ତି । ସେ ଏବେବି ଅବିବାହିତ ଅଛନ୍ତି । ତାଙ୍କୁ ୫୧ ବର୍ଷ ହେଲାଣି ତଥାପି ତାଙ୍କୁ ତାଙ୍କ ପସନ୍ଦ ର ଝିଅ ମିଳିନି । ତେବେ ସେହି ସ୍ପର୍ମ ଡୋନରଙ୍କ ନାଁ ହେଉଛି ‘ଜୋ’ ।
ସେ ନ୍ୟୁକସଲର ବାସିନ୍ଦା ଅଟନ୍ତି । ସେ ମହିଳାମାନଙ୍କୁ ଗର୍ଭଧାରଣ କରିବାରେ ସାହାଯ୍ୟ କରିଥାନ୍ତି । ଶୁଣିବାକୁ ମିଳିଛି ଯେ ସେ ନିଜକୁ ‘ଏଞ୍ଜଲ ଅଫ୍ ଦି ନର୍ଥ’ ବୋଲି କୁହନ୍ତି । ଜୋ ବିଗତ ୧୩ ବର୍ଷ ହେବ ସ୍ପର୍ମ ଡୋନର ଭାବରେ କାମ କରିଆସୁଛନ୍ତି । ତାଙ୍କ ସ୍ପର୍ମରୁ ଗର୍ଭବତୀ ମହିଳାମାନେ ୧୮୦ ରୁ ଅଧିକ ସନ୍ତାନ ଜନ୍ମ ଦେଇଛନ୍ତି। ଜୋ ଦାବି କରିଛନ୍ତି ଯେ ସେ ସ୍ପର୍ମ ଡୋନେଟ୍ କରିବା ପାଇଁ ଆମେରିକାରୁ ଆର୍ଜେଣ୍ଟିନା ଓ ସିଙ୍ଗାପୁର ପର୍ଯ୍ୟନ୍ତ ସବୁଆଡେ ଯାତ୍ରା କରନ୍ତି। ସେ କହିଛନ୍ତି ଯେ ସାଧାରଣତଃ ମହିଳାମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରନ୍ତି । ତେବେ ଏସବୁ ମଧ୍ୟରେ ଜୋଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି ନିଜ ପାଇଁ ଜୀବନ ସାଥୀ ଖୋଜିବା । ସେ କହିଛନ୍ତି ଯେ ସେ ଅନେକ ମହିଳାଙ୍କୁ ଡେଟ୍ କରିଛନ୍ତି, କିନ୍ତୁ ତାଙ୍କ ମନପସନ୍ଦର ସାଥୀ ଖୋଜି ପାଇବାରେ ସେ ସକ୍ଷମ ହୋଇ ନାହାଁନ୍ତି, କିନ୍ତୁ ସେ ଆଗକୁ ଖୋଜା ଜାରି ରଖିବେ। ଆଉ ଦିନେ ନିଶ୍ଚୟ ସେ ଭଲ ଜୀବନ ସାଥି ପାଇବେ ।