Pratidin TV

Odisha's Digital News Platform

ପୁଣି କାଶ୍ମୀରରେ ଆତଙ୍କ : ଜେଲ୍ ଡିଜିଙ୍କ ଗଳା କାଟି ହତ୍ୟା

1 min read

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଜେଲ୍ ଡିଜିଙ୍କୁ ନିର୍ମମ ହତ୍ୟା । ୧୯୯୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ହେମନ୍ତ ଲୋହିଆଙ୍କୁ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି। ତେବେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ଅଭିଯୁକ୍ତ ତାଙ୍କ ଶବକୁ ଜଳାଇଦେବାକୁ ଚେଷ୍ଟା କରୁଥିବା ସମୟରେ ଘର ଭିତରୁ ଧୂଆଁ ଆସୁଥିବାର ଦେଖି ଗେଟ୍ ବାହରେ ଥିବା ଗାର୍ଡ ତୁରନ୍ତ ସେଠାକୁ ଯାଇଥିଲେ । କିନ୍ତୁ ଘରର ମୁଖ୍ୟ ଦ୍ୱାରଟି ଭିତର ପଟୁ ବନ୍ଧ ଥିଲା । ଏହାପରେ ଗାର୍ଡମାନେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ଡିଜିଙ୍କୁ ମୃତ ରକ୍ତାକ୍ତ ଅର୍ଦ୍ଧ ଜଳା ଅବସ୍ଥାରେ ପାଇଥିଲେ । ସୂଚନାପାଇ ପୋଲିସ ଏବଂ ଫୋରନସିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ଏବଂ ଡିଜିଙ୍କ ମୃତଶରୀରକୁ ପୋଷ୍ଟମାର୍ଟାମ ନିମନ୍ତେ ପଠାଯାଇଛି।

Advertisement

ଏନେଇ ପୋଲିସ ତଦନ୍ତ ଚଳାଇବା ବେଳେ ଘରର ସବୁ କର୍ମଚାରୀମାନଙ୍କୁ ପଚରାଉଚରା କଲା ବେଳେ ଜଣାପଡିଛି ଯେ , ଡିଜିଙ୍କ ଅତି ନିକଟସ୍ଥ ସହାୟକ/ଚାକର ଘରୁ ଫେରାର ଅଛି । ପୋଲିସର ସମ୍ପୂର୍ଣ୍ଣ ସନ୍ଦେହ ବର୍ତ୍ତମାନ ଚାକର ୟାସିର ଉପରେ ରହିଛି । ୫୭ ବର୍ଷୀୟ ଶ୍ରୀ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ଏପରି କାଣ୍ଡ ପଛରେ ନିହାତି ଆତଙ୍କବାଦ ସଂଗଠନର ହାତ ଅଛି ବୋଲି ଅନୁମାନ କରିଛି ତଦନ୍ତକାରୀ ଟିମ୍ ।

Leave a Reply

Your email address will not be published. Required fields are marked *