Pratidin TV

Odisha's Digital News Platform

ପୁଣି ଚର୍ଚ୍ଚାରେ ଜ୍ୟାକ୍‌ଲିନ୍ : ସମୁଦ୍ର କୂଳ ସଫା କରି ଟ୍ରୋଲ ଶିକାର ହେଲେ ଏହି ନାୟିକା

1 min read

ନୂଆଦିଲ୍ଲୀ : ନିକଟରେ ୨୦୦ କୋଟି ଟଙ୍କା ଠକେଇ ମାମଲାକୁ ନେଇ ବଲିଉଡ୍‌ର ବାର୍ବିଗର୍ଲ ଜ୍ୟାକ୍‌ଲିନ୍ ଅନେକ ବିବାଦର ସମ୍ମୁଖିନ ହୋଇଛନ୍ତି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କ ଲିଙ୍କ ମିଳିଲା ପରେ ଅଭିନେତ୍ରୀଙ୍କୁ ଇଡି ଅନେକ ଥର ଡାକି ଜେରା କରିଛି । ତେବେ ଜ୍ୟାକ୍‌ଲିନ୍‌ଙ୍କୁ ନେଇ ଏହି ମାମଲାଟି ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବାବେଳେ , ଜ୍ୟାକଲିନ୍ କିଛି ଏଭଳି କାମ କରିଦେଇଛନ୍ତି । ଯାହାକୁ ନେଇ ସେ ବର୍ତ୍ତମାନ ଅନେକ ଟ୍ରୋଲର ଶିକାର ହୋଇଛନ୍ତି ।

ନିକଟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଭର୍ସୋଭା ବିଚ୍ରେ କ୍ଲିନ୍ ଡ୍ରାଇଭ୍ ରେ ସାମିଲ୍ ହୋଇଥିଲେ। ଏହି ସମୟରେ, ଜ୍ୟାକଲିନ୍ ସମୁଦ୍ର କୂଳରେ ପଡ଼ିଥିବା ଅଳିଆକୁ ସଫା କରିଥିଲେ ଏବଂ ପୁରା ଟିମ୍ ତାଙ୍କ ସହିତ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି କ୍ଲିନ୍ ଅପ୍ ଡ୍ରାଇଭ୍ ର ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଥିଲେ। ଯାହାପରେ ୟୁଜର୍ସମାନେ ପୋଷ୍ଟ ଦେଖି ତାଙ୍କୁ ଅନେକ ଟ୍ରୋଲ କରିଥିଲେ।

Advertisement

ବର୍ତ୍ତମାନ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକମାନେ କମେଣ୍ଟ ବକ୍ସକୁ ଯାଇ ଜ୍ୟାକଲିନ୍‌ଙ୍କୁ ଅନେକ ଟ୍ରୋଲ କରିଛନ୍ତି । ଲୋକମାନେ ଜ୍ୟାକଲିନ୍ କହିଛନ୍ତି କି ଏହା ସୁକେଶଙ୍କ ସାର୍ଟ କି? ଅନ୍ୟ ଜଣେ ଲେଖିଥିଲେ – ସୁକେଶ କେମିତି ଅଛନ୍ତି? ଭିଡିଓରେ ଜଣେ କମେଣ୍ଟ ଦେଇଛନ୍ତି – ପଇସା କଣ ସୁକେଶ ଦେବେ।ଆଉ ଜଣେ ଲେଖିଛନ୍ତି ଦୁନିଆରେ ୭ ଟା ଅଜୁବା କଥା ଶୁଣିଥିଲୁ କିନ୍ତୁ ଜ୍ୟାକ୍‌ଲିନ୍‌ଙ୍କୁ ଏମିତି ଦେଖିଲେ ଲାଗୁଛି ଏହା ୮ନଂ ଅଜୁବା ।

Leave a Reply

Your email address will not be published. Required fields are marked *