Pratidin TV

Odisha's Digital News Platform

ଜ୍ୟାକ୍‌ଲିନ୍‌ଙ୍କୁ ମିଳିଳା ବଡ ଆଶ୍ୱସ୍ତି , ୨୦୦ କୋଟି ଠକେଇ ମାମଲାରେ ମିଳିଲା ଜାମିନ

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ବେଶ୍ ଜଣାଶୁଣା ଅଭିନେତ୍ରୀ ଜାକଲିନ୍ । ନିକଟରେ ସେ ମହାଠକ ସୁକେଶ ସହ ଫଶିଥିବା ମନି ଲଣ୍ଡରିଂ ମାମଲାରୁ ତାଙ୍କୁ ବଡ ଆଶ୍ୱସ୍ତ ମିଳିଛି । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଶେଷରେ ପଟିଆଲା ହାଉସ୍ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଅଭିନେତ୍ରୀଙ୍କ ଜାମିନ ନିବେଦନ ଉପରେ ଶୁଣାଣି ନଭେମ୍ବର ୧୧ ତାରିଖରେ ହେବାର ଥିଲା। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନ୍ ନଭେମ୍ବର ୧୦ ତାରିଖରୁ ସମାପ୍ତ ହୋଇଯାଇଥିଲା।

ତେବେ ସ୍ୱତନ୍ତ୍ର ବିଚାରପତି ଶୈଳନ୍ଦ୍ର ମଲିକ ତାଙ୍କୁ ବ୍ୟକ୍ତିଗତ ୫୦ ହଜାର ଟଙ୍କାର ବଣ୍ଡ ଓ ସମାନ ପରିମାଣର ଗୋଟି ସ୍ୟୁରିଟି ବଳରେ ଜ୍ୟାକଲିନଙ୍କୁ ଜାମିନ ଦେଇଛନ୍ତି। ପୂର୍ବରୁ କୋର୍ଟ ତାଙ୍କୁ ଏହି ମାମଲାରେ ଅନ୍ତରୀଣ ଜାମିନ ଦେଇଥିଲେ। ମଙ୍ଗଳବାର ଏହାର ଅବଧି ଶେଷ ହେଉଥିବାରୁ ଜ୍ୟାକଲିନ ନିଜ ଲିଗାଲ ଟିମ ସହ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ। ସେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଛି।

Advertisement

କିନ୍ତୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଜ୍ୟାକଲିନ ବର୍ତ୍ତମାନ ବିଦେଶ ବା ନିଜ ଇଛା ଅନୁ୍‌୍‌ଯାୟୀ ଯେକୌଣସି ସ୍ଥାନକୁ ଯାଇପାରିବେ । ହେଲେ ସବୁଦିନ ପାଇଁ ଦେଶ ଛାଡିପାରିବେନି ବୋଲି କୋର୍ଟ କହିଛନ୍ତି।

ତେବେ ଏହି ୨୦୦ କୋଟି ଟଙ୍କା ଠକେଇ ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୨୪ ତାରିଖରେ ହେବ। ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଠକ ସୁକେଶ ଚନ୍ଦ୍ର ଶେଖରର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନିକଟ ସମ୍ପର୍କୀୟ ଥିଲେ। ଅଭିନେତ୍ରୀଙ୍କ ଉପରେ ଠକେଇ ଲବ୍ଧ ଅର୍ଥରୁ ଲାଭ ନେବାର ଅଭିଯୋଗ ରହିଛି। ଏଣୁ ଇଡି ମାମଲାରେ ଜ୍ୟାକଲିନ୍ଙ୍କୁ ମଧ୍ୟ ଅଭିଯୁକ୍ତ କରିଛନ୍ତି। ତେବେ ସେ ନିଜେ ଏହି ମାମଲାର ଶିକାର ବୋଲି ଜ୍ୟାକଲିନ୍ କହି ଆସୁଛନ୍ତି। ରିପୋର୍ଟ ଅନୁସାରେ ଜ୍ୟାକଲିନ୍ ଓ ସୁକେଶ ରିଲେସନରେ ଥିଲେ। ଉଭୟ ଉଭୟଙ୍କୁ ଭଲ ପାଉଥିଲେ।

ଜ୍ୟାକଲିନ୍ଙ୍କୁ ଖୁସି କରିବା ପାଇଁ ସୁକେଶ ତାଙ୍କୁ ମହଙ୍ଗା ଉପହାର ସବୁ ଦେଉଥିଲେ। ସୁକେଶଙ୍କୁ ବିବାହ କରିବା ଲାଗି ଜ୍ୟାକଲିନ୍ ସ୍ୱପ୍ନ ଦେଖୁଥିଲେ। କିଛି ଦିନ ପୂର୍ବରୁ ସୁକେଶ ଜେଲରୁ ଚିଠି ଲେଖି ଜ୍ୟାକଲିନ୍ଙ୍କୁ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରିଥିଲେ। ଜ୍ୟାକଲିନ କେବଳ ଭଲ ପାଉଥିଲେ ଦୁର୍ଭାଗ୍ୟକୁ ତାଙ୍କୁ ପିଏମଏଲଏ ମାମଲାରେ ଅଭିଯୁକ୍ତ କରିଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ କରିଥିଲା।

Leave a Reply

Your email address will not be published. Required fields are marked *