Pratidin TV

Odisha's Digital News Platform

ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ ,ଆଜିରାତି ୧ଟାରୁ ଜଗା ଦର୍ଶନ

1 min read

ଆଜି ସରିବ ଡ଼ିସେମ୍ବର ମାସ ତାସହ ଶେଷ ହୋଇଯିବ 2023 । କାଲିଠାରୁ ଆରମ୍ଭ ହେବ ନୂଆ ତାରିଖ ସହ ନୂଆ ବର୍ଷ । ଆଉ ନୂଆ ବର୍ଷ ପାଇଁ ଆଜି ରାତି ୧ଟାରୁ ଖୋଲିବ ସିଂହଦ୍ୱାର । ମଙ୍ଗଳଆଳତୀ ପରେ ରାତି ୧ଟା ୩୦ରୁ ଆରମ୍ଭ ହେବ ଦର୍ଶନ ଓ ଅନ୍ୟାନ୍ୟ ନୀତିକାନ୍ତ । ବାହାର କାଠରେ ଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଭକ୍ତଙ୍କ ଭିଡକୁ ନଜରରେ ରଖି ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୋଲିସ। ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ ଭେଇକିଲ ଜୋନ୍ ଭାବେ ଘୋଷଣା କରି ସାରିଛି । ତା ସହିତ ଦିଗ ବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେହିକଲ୍ ଜୋନ ଭାବେ ଘୋଷଣା କରାଯାଇଛି।ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି । ଏହି ବ୍ୟାରିକେଡର ମଝିରେ ମଝିରେ ବସିବା ପାଇଁ ବ୍ୟବସ୍ଥା ରହିଛି, ପାଣି ବ୍ୟବସ୍ଥା ରହିଛି ତା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ଦେଇ ଏହି ବ୍ୟାରିକେଡ୍ ଯିବ । ସେଠି ଶୌଚାଳୟର ବି ବ୍ୟବସ୍ଥା ରହିଛି । ନୂଆ ବର୍ଷ ରୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଆଜି ବର୍ଷ ଶେଷରେ ଲୋକଙ୍କ ଭିଡ ଥିବା ବେଳେ କାଲି ୧ ତାରିଖ ନୂଆ ବର୍ଷ ଥିବାରୁ ଅଧିକ ଶ୍ରଦ୍ଧାଳୁ ଙ୍କ ଭିଡ ଜମିବ । ଜାଗା ଦର୍ଶନ କରି ବର୍ଷ ଆରମ୍ଭ କରିବା ନେଇ ଲୋକ ଯୋଜନା କରିଥାନ୍ତି ।

Advertisement

Leave a Reply

Your email address will not be published. Required fields are marked *