Pratidin TV

Odisha's Digital News Platform

ଓଡିଶାର ବଡ ବଡ ବିଜେଡି ନେତା ଭିତରେ ବିଜେପି ସହ ଯୋଡି ହେଇଛନ୍ତି-ଜଗା ପ୍ରଧାନ ।

1 min read

ବିଜେଡି ଭିତର ବିବାଦ ଦିନକୁ ଦିନ ବଢୁଥିବା ବେଳେ ଗତକାଲି ନବୀନ ନେଇଥିଲେ ବଡ ଆକ୍ସନ । ବିରୋଧ ଓ ଆକ୍ରୋଶ ମନୋଭାବ ରଖି ମେଳି କରୁଛନ୍ତି ବିଭିନ୍ନ କର୍ପୋରେଟର ଓ ନେତା । ଯାହା ଦଳ ଭିତରେ ବିଶୃଙ୍ଖଳାକୁ ଇନ୍ଧନ ଦେଉଛି ।
ଏନେଇ ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।

କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ବିବେକ ସ୍ବାଇଁ ଏବଂ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ରଙ୍କୁ ନୋଟିସ ଜାରି କରାଯାଇଛି । ଏ ସମସ୍ତେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହେବା ପରେ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ।

Advertisement

ଅନ୍ୟପଟେ ଏନେଇ ମୁହଁ ଖୋଲିଛନ୍ତି ଜଗା ପ୍ରଧାନ ସେ କହିଛନ୍ତି ଯେ ବିଜେଡି ଆଉ ଓଡିଶାରେ ତିଷ୍ଟି ପାରିବନି । ଦଳ ଭିତରୁ ଫମ୍ପା ହୋଇସାରିଛି । ବିଜୁ ଜନତା ଦଳର ଭବିଷ୍ୟତ ଆଉ ଓଡିଶାରେ ନାହିଁ କାରଣ ଖଅଲି କର୍ପୋରେଟର ନୁହଁ ବଡ ବଡ ନେତା ମାନେ ମଧ୍ୟ ବିଜେପି ସହ ଭିତରେ ମିଶିକି ଅଛି ।

Leave a Reply

Your email address will not be published. Required fields are marked *