Pratidin TV

Odisha's Digital News Platform

କାଳିଆ କରୁଣା ଦେଲା ନୂଆ ପରିଚୟ , ଇଂଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ଜଗନ୍ନାଥ କାରିଗର…

1 min read

ଉଦଳା ; ବ୍ରହ୍ମାଣ୍ଡ କର୍ତା ସିଏ । ତାଙ୍କ ଇଚ୍ଛା ନ ହେଲେ କିଛି ବି ସମ୍ଭବ ନୁହେଁ । ସେହି କାଳିଆର କରୁଣା ପାଇଁ ଆଜି ଯୁବକଙ୍କୁ ମିଳିଛି ନୂଆ ପରିଚୟ । ନିମ୍ବ ଦାରୁ ବା କାଠରେ ଜଗନ୍ନାଥଙ୍କର ସବୁଠାରୁ ଛୋଟ ବିଗ୍ରହ ଗଢି ଆଜି ଇଂଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ସେହି କାରିଗର ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସବୁଠାରୁ ଛୋଟ ବିଗ୍ରହ ତିଆରି କରି ଇଂଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ଉଦଳା ଏନଏସି ୮ ନଂ ୱାର୍ଡର ତୁଷାର ମହାନ୍ତି। ୫ ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ ନିମ୍ବ ଦାରୁ ବା କାଠରେ ତିଆରି କରି ସେ ଇଂଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଲକ୍ଡାଉନରେ ଘରେ ଥିବା ସମୟରେ ସେ ଆରମ୍ଭ କରିଥିଲେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ ତିଆରି କରିବା । ନିମ୍ବ ଦାରୁରେ ବିଭିନ୍ନ୍ ଉଚ୍ଚତାର ବିଗ୍ରହ ତିଆରି କରି ଆସିଥିଲେ ।

Advertisement

ପୂର୍ବରୁ ମଧ୍ୟ ସେ ୩ ସେଂଟିମିଟରର ଜଗନ୍ନାଥଙ୍କ ବିଗ୍ରହ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ଜଗନ୍ନାଥଙ୍କ ଆଶିଷ ନେଇ ତାଙ୍କରି ବିଗ୍ରହ ତିଆରି କରିବାରେ ଲାଗି ପଡିଥିବା ତୁଷାର ଆଜି ରଚିଛନ୍ତି ଏକ ନୂଆ ରେକର୍ଡ । କିଛି ଦିନ ପୂର୍ବେ ସେ ବିଗ୍ରହ ଗଢିବା ସମୟରେ ଗଢି ଦେଇଥିଲେ ମହାପ୍ରଭୁଙ୍କର ସବୁଠାରୁ ଛୋଟ ବିଗ୍ରହ । ଯାହାକି ଥିଲା ୫ ମିଲିମିଟର । ଯାହାକୁ ଗଢିବା ଯେକୌଣସି ବ୍ୟକ୍ତି ବା କାରିଗରଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର । ହେଲେ ଗୋଟିଏ ରାତିରେ ମାତ୍ର ୩ ଘଂଟା ମଧ୍ୟରେ ସେ ଏହି ବିଗ୍ରହ ତିଆରି କରିଛନ୍ତି ଏବଂ ସେହି ବିଗ୍ରହ ପ୍ରଭୁ ଜଗନ୍ନାଥଙ୍କର ସବୁଠାରୁ ଛୋଟ ବିଗ୍ରହ ଭାବେ ଆଜି ଇଂଟରନେସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି । ପୂର୍ବରୁ ମଧ୍ୟ ତୁଷାର ବିଭିନ୍ନ ସମୟରେ ଚତୁର୍ଦ୍ଧାଦେବଙ୍କ ବିଗ୍ରହ ତିଆରି କରିବାକୁ ନେଇ ଚର୍ଚ୍ଚାରେ ରହିବା ସହିତ ବିଭିନ୍ନ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

କାରିଗର ତୁଷାର ଅଧିକାଂଶ ସମୟରେ କେବଳ ମହାପ୍ରଭୁଙ୍କ ବିଗ୍ରହ ତିଆରି କରି ଚାଲିଥିବା ବେଳେ ଆଜି ସେ ଜଗନ୍ନାଥଙ୍କ ଆଶିଷରୁ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ବୋଲି କୁହନ୍ତି । ପରିବାର ଲୋକେ ତାଙ୍କୁ ସମର୍ଥନ ଜଣାଇ ଆସିଥିଲେ ସୁଦ୍ଧା ଏଭଳି ଏକ ଦିନ ଜଗନ୍ନାଥ ଆଣି ଦେବେ ବୋଲି କେତେ ଆଶା କରି ନ ଥିବା କହିଛନ୍ତି ପରିବାର ସଦସ୍ୟ ।

ତେବେ ସବୁପରେ ସେହି ମହାପ୍ରଭୁଙ୍କ ଅନୁମତି ବିନା ପତ୍ରଟିଏ ହଲୁ ନ ଥିବା ବେଳେ ଏତେ ଛୋଟ ବିଗ୍ରହ ତୁଷାର କେବଳ କାରିଗର ଭାବେ ରହିଥିବା ବେଳେ ମହାପ୍ରଭୁ ନିଜେ ନିଜର ବିଗ୍ରହ ତିଆରି କରିଛନ୍ତି । ଏ ସବୁ ଭିତରେ ତୁଷାର ସାରା ଓଡିଆଙ୍କ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ତିଆରି କରି ଇଂଟରନେସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବାରୁ ତାଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Leave a Reply

Your email address will not be published. Required fields are marked *