Pratidin TV

Odisha's Digital News Platform

ରାଜ୍ୟସଭା ଉପନିର୍ବାଚନ; ନାମାଙ୍କନ ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ ..

1 min read

ରାଜ୍ୟ ସଭା ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ ।  ଆଜି ପ୍ରତ୍ୟାହାର କରିବା ନେଇ ସୂଚନା ଦେଲେ ଜଗନ୍ନାଥ । ରାଜ୍ୟ ସଭା ନିର୍ବାଚନ ପାଇଁ ମମତାଙ୍କ ନାଁ ରେ ମୋହର ମାରିଥିଲା ବିଜେପି । ଏହାପରେ  ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଥିଲେ।

ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ  ବିଜେପିର ୯ବିଧାୟକ ଓ ଜଣେ ମନ୍ତ୍ରୀଙ୍କର ପ୍ରସ୍ତାବରେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଛନ୍ତି। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତେଣୁ ଜଗନ୍ନାଥ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ଆପାତତଃ ସ୍ପଷ୍ଟ ହୋଇ ଯାଇଛି। ଅଗଷ୍ଟ ୨୧ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ। ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ ପ୍ରତ୍ୟାହାର କରିବେ ।

Advertisement

Leave a Reply

Your email address will not be published. Required fields are marked *