ଶପଥ ଗ୍ରହଣ କଲେ ୨୧ ମନ୍ତ୍ରୀ: ପ୍ରଥମେ ଶପଥ ନେଲେ ଜଗନ୍ନାଥ
1 min readଭୁବନେଶ୍ୱର : ଆଜି ନବୀନଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ପ୍ରଥମେ ବିଧାୟକ ଜଗନ୍ନାଥ ସାରକା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଓଡ଼ିଆରେ ସେ ନିଜର ଶପଥ ପାଠ କରାଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମନ୍ତ୍ରୀମଣ୍ଡଳରେ ସେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଦୁଇଥରର ବିଧାୟକ ଥିବା ଜଗନ୍ନାଥ ସାରକା ୨୦୧୯ରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ଏସସିଏସଟି ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇଥିଲେ ।
ଦିନ ୧୧ଟା ବେଳକୁ ମନ୍ତ୍ରୀ ପଦ ପାଇଥିବା ସମସ୍ତ ବିଧାୟକଙ୍କ ସମେତ ସାଂସଦ, ବିଧାୟକମାନେ ଲୋକସଭା ଭବନର କନଭେସନ ହଲରେ ଉପସ୍ଥିତ ହୋଇଯାଇଥିଲେ । ଦିନ ୧୧ଟା ୪୫ ବେଳକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟା ୪୯ରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଶପଥଗ୍ରହଣ ସମାରୋହ ।