Pratidin TV

Odisha's Digital News Platform

ଜଗନ୍ନାଥଙ୍କୁ ମୋଦିଭକ୍ତ କହିଛନ୍ତି ସମ୍ବିତ ପାତ୍ର, ନବୀନ କହିଲେ ପ୍ରତି ଓଡ଼ିଆ ମନେ ରଖିବେ!

1 min read

ପୁରୀ ଲୋକସଭା ସାଂସଦ ପାର୍ଥୀ ସମ୍ବିତ ପାତ୍ର ଜଗନ୍ନାଥକୁ ମୋଦି ଭକ୍ତ କହିବା ସମସ୍ତ ଓଡ଼ିଆ ଅସ୍ମିତାଙ୍କୁ ଆଘାତ ଦେଇଛି | ଆଉ ଘଟଣା ନେଇ ପ୍ରତିକ୍ରିୟା ନିଜ X ହ୍ୟାଣ୍ଡେଲରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ |

ତେବେ ନିଜ ସୋସିଆଲ ମିଡିଆରେ ନବୀନ କହିଛନ୍ତି ମହାପ୍ରଭୁଙ୍କୁ ଜଣେ ବ୍ୟକ୍ତିଙ୍କ ଭକ୍ତ କହିବା ଜଗନ୍ନାଥ ପ୍ରେମୀ ତଥା ଓଡ଼ିଆ ଭାବାବେଗକୁ ଆଘାତ ଦେବା ସହ ଅପମାନିତ କରିଛନ୍ତି | ଏବଂ ସେ କହିଛନ୍ତି ସମଗ୍ର ଓଡ଼ିଆ ଭାବାବେଗଙ୍କୁ ଆଘାତ ଦେଇଛନ୍ତି ପୁରୀ ଲୋକସଭା ସାଂସଦ ପାର୍ଥୀ ସମ୍ବିତ ପାତ୍ର |

ତେବେ ଜଗନ୍ନାଥ ହେଉଛନ୍ତି ପ୍ରତିଟି ଓଡ଼ିଆ ଅଶ୍ମୀତାର ପ୍ରତୀକ ଚିହ୍ନ | ତେବେ ଯେଉଁ ପ୍ରତିକକୁ ଜଗତର ନାଥ ଜଗନ୍ନାଥ କୁହାଯାଏ ଏବଂ ଯାହାଙ୍କ ଚରଣରେ ସମସ୍ତେ ନତମସ୍ତକ ହୁଅନ୍ତି ତାହାଙ୍କୁ ସମ୍ବିତ ପାତ୍ର କିଭଳି ଭାବରେ ଭକ୍ତ ବୋଲି କହିପାରିଲେ | ତେବେ ସମ୍ବିତ ପାତ୍ର ଏହା ଜାଣିଶୁଣି କହିଲେ କିମ୍ବା ମୋଦିଙ୍କୁ ତାଙ୍କ ପାଇଁ ପ୍ରଚାର କରିବାର ଆସୁଥିବା ଦେଖି ସେ ସେହି ମୁହୂର୍ତ୍ତରେ ଭାସିଗଲେ ସେନେଇ କୌଣସି ପ୍ରତିକ୍ରିୟା ସମ୍ବିତ ପାତ୍ର ରଖିନଥିଲେ | ଆଉ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହାମଧ୍ୟ କହିଛନ୍ତି ଯେ, ଏହି ଘଟନକୁ ସେ ତୀବ୍ର ନିନ୍ଦା କରୁଛନ୍ତି |

Leave a Reply

Your email address will not be published. Required fields are marked *