Pratidin TV

Odisha's Digital News Platform

ବୃତ୍ତିରେ ଶିକ୍ଷୟତ୍ରୀ, ହେଲେ ନିଶାରେ ହସ୍ତକଳାର ଜୀବନ୍ତ କାରିଗର…

1 min read


ଜଗତସିହଂପୁର: ପେଶାରରେ ଜଣେ ଶିକ୍ଷୟତ୍ରୀ । ପିଲାମାନଙ୍କୁ ଶିକ୍ଷାଦାନ କରିବା ହେଉଛି ତାଙ୍କ କାମ । ହେଲେ ନିଶା ହେଉଛି କିଛି । ଜୀବନ୍ତ ହୋଇ ଉଠେ ତାଙ୍କ ହାତ ତିଆରି ସୁନ୍ଦର ସୁନ୍ଦର କଳାକୃତି । ହଁ ଆଜ୍ଞା ଜଗତସିଂହପୁର ବ୍ଲକ ଯଶୋବନ୍ତପୁର ଗ୍ରାମର ସୁକାନ୍ତ କୁମାର ଦାଶଙ୍କ ଝିଅ ସିଗ୍ଧା ସ୍ୱୟଂପ୍ରଭା ଦାଶ । ପିଲାଟି ବେଳୁ ପାଠ ପଢିବା, କବିତା, ଗଳ୍ପ ଲେଖିବା , ଗୀତ ଗାଇବା ଏବଂ ଚିତ୍ରାଙ୍କନ କରିବା ପ୍ରତି ମନରେ ଥିଲା ଅନେକ ଆଗ୍ରହ । ଦୃଢ଼ ଇଚ୍ଛାଶକ୍ତି ଓ ବାପା, ମା ଙ୍କ ଆଶ୍ରିବାଦ ଶେଷରେ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଅନେକ ପ୍ରେରଣା ଯୋଗାଇଥିଲା । ପିଲାଟି ବେଳରୁ ହସ୍ତକଳାର କାରୁକାର୍ଯ୍ୟ ସତରେ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରୁଥିଲା ।


ତେବେ ସ୍ନିଗ୍ଧା ସ୍କୁଲରେ ପାଠ ପଢା ସରିଲେ ସେ ଲାଗି ପଡନ୍ତି ସୁନ୍ଦର ସୁନ୍ଦର ଛବି ଆଙ୍କିବାରେ । ବିଭିନ୍ନ ପ୍ରକାରର ଛବି ଆଙ୍କି ଏହାକୁ ସଜାଇ ରଖିଥାନ୍ତି । କେବଳ ଛବି ନୁହେଁ ବିଭିନ୍ନ ରଙ୍କ ବେରଙ୍ଗର ପେପର କଟିଂ କରି ତାହାକୁ ଏକ ଆକୃତି ଦେଇ ଘରେ ସଜାଇଥାନ୍ତି । ଆଉ ଘରେ ଥିବା ଅଦରକାରୀ ସାମଗ୍ରୀକୁ ସଂଗ୍ରହ କରି ସେଥିରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିବା, ଅନେକ ଆକର୍ଷଣୀୟ ଉପହାର ପ୍ରସ୍ତୁତ କରି ତାହାକୁ ଜୀବନ୍ତ ରୂପ ଦେବା ସହିତ ଏହାର ପ୍ରଚାର ପ୍ରସାର ନିମନ୍ତେ ଏହାକୁ ଭିଡିଓ କରି ଏକ ୟୁଟୁବ ଚ୍ୟାନେଲ ଖୋଲି ଯୁବ ପିଢ଼ିକୁ ହସ୍ତଶୀଳ୍ପ ପ୍ରତି ପ୍ରେରଣା ଦେବାଥାନ୍ତି । ଯେତେବେଳେ ନିଜର ସାଙ୍ଗ ବା ପ୍ରୟଜନଙ୍କ ଜନ୍ମ ଦିନ ବା କୈାଣସି ସଭାସମିତି ତାଙ୍କର ହାତ ତିଆରି ଜିନିଷକୁ ସେ ଉପହାର ଦେଇଥାନ୍ତି । ଏଭଳି ପ୍ରଶଂସନୀୟ କାର୍ଯ୍ୟକରି ଜ଼ିଲ୍ଲା ଓ ରାଜ୍ୟରେ ଅନେକ ବାର ସଂମ୍ମାନିତ ହୋଇଛନ୍ତି ସ୍ନିଗ୍ଧା । ଏହା ସିଗ୍ଧା ସ୍ୱୟଂ ପ୍ରଭା ଙ୍କ ଏକ ନିଶା ରେ ପରିଣତ ହୋଇଛି । ତେବେ ସ୍ନିଗ୍ଧା ଆଜିର ଯୁବପିଢ଼ି ମାନଙ୍କୁ ହସ୍ତଶୀଳ୍ପ ପ୍ରତି ଅନୁପ୍ରାଣିତ ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *