Pratidin TV

Odisha's Digital News Platform

ଭିଜିଲାନ୍ସ ପଞ୍ଝାରେ ଜଗସିଂହପୁର ଡେପୁଟି କଲେକ୍ଟର , ଚାଲିଛି ୯ ଟି ସ୍ଥାନରେ ଚଢାଉ ..

ଜଗତସିଂପୁର : ରାଜ୍ୟକୁ ଦୁର୍ନିତି ମୁକ୍ତ କରିବାପାଇଁ ପ୍ରାଣପଣେ ଲାଗିପଡିଛନ୍ତି ଭିଜିଲାନ୍ସ ବିଭାଗ । ଚଳିତ ବର୍ଷ ଅନେକ ସରକାରୀ କର୍ମଚାରୀମାନଙ୍କୁ ନାଲି ହାତରେ ଧରିଥିଲା ଭିଜିଲାନ୍ସ ଟିମ୍ । ଯାହ ସାରା ଓଡିଶାରେ ଠକ ମାନଙ୍କ ମଧ୍ୟରେ ଏକ ଭୟ ଦେଖାଦେଇଥିବା ବେଳେ ପୁଣି ଜଣେ ସରକାରୀ କର୍ମଚାରୀ ଫଶିଛନ୍ତି ଭିଜିଲାନ୍ସ ଜାଲରେ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚିତ୍ତରଂଜନଙ୍କ ନିଜ ଘର, ଅଫିସ, ସର୍ମ୍ପକୀୟ ଘର ଓ ପୈତୃକ ଘର ସମେତ ୯ଟି ସ୍ଥାନରେ ଏହି ଚଢ଼ାଉ କରିଛି ଟିମ୍ । ତେବେ ଚଢାଉ କରିଥିବା ଭିଜିଲାନ୍ସ ଟିମ୍‌ରେ ୧୪ଜଣ ଇନସ୍ପେକ୍ଟର ,୬ ଜଣ ଏଏସଆଇ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି । ସେହିପରି ଏହି ଚଢାଉଟି ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚିତ୍ତରଂଜନଙ୍କର ମଞ୍ଚେଶ୍ୱରରେ ଥିବ ଫ୍ଳାଟ, ମଞ୍ଚେଶ୍ୱରର ରଙ୍ଗମାଠିଆରେ ଥିବା ଆଉ ଏକ ଫ୍ଳାଟ ଓ ଚନ୍ଦକା ଅଞ୍ଚଳରେ ଥିବା ଫ୍ଳାଟରେ ଚଢ଼ାଉ କରାଯାଇଛି। ସେହିପରି ବାଲେଶ୍ୱରର ୩ଟି ସ୍ଥାନ ଓ ଜଗତସିଂହପୁରରେ ୨ ସ୍ଥାନ ଓ ସୋନପୁରରେ ଥିବା ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି।

Leave a Reply

Your email address will not be published. Required fields are marked *