Pratidin TV

Odisha's Digital News Platform

ଯାତ୍ରା ଦେଖି ଫେରୁଥିଲେ ଯୁବକ ଅଜଣା ଗାଡି ପିଟିଦେବାରୁ ପୋଲ ତଳକୁ ଖସି ଚାଲିଗଲା ଜୀବନ

1 min read

ଜଗତସିଂହପୁର ଜ଼ିଲ୍ଲାର ପିତେଇପୁର ଠାରେ ମା କନକଦୁର୍ଗାଙ୍କ ପୀଠରେ ବାରୁଣୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି | ଆଖ ପାଖ ଅଞ୍ଚଳରୁ ଦୈନନ୍ଦିନ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି | ଏହି ବାରୁଣୀ ଯାତ୍ରା ଦେଖିବା ନିମନ୍ତେ ମୁଦୁପୁର ପଞ୍ଚାୟତ କନ୍ତାର ଗ୍ରାମରେ ୬0 ବର୍ଷର ବୃଦ୍ଧ ଶରତ ଦାସ ସାଇକେଲ ରେ ସନ୍ଧ୍ୟା ସମୟରେ ସମସ୍ତ କାର୍ଯ୍ୟ ସାରି ବାରୁଣୀ ଯାତ୍ରା ଦେଖିବାକୁ ମା କନକ ଦୁର୍ଗାଙ୍କ ପୀଠକୁ ଯାଇଥିଲେ | ହେଲେ ବାରୁଣୀ ଯାତ୍ରା ଥିଲା ଶରତଙ୍କ ପାଇଁ ଶେଷ ରାତ୍ରି |

ତେବେ ସୂଚନା ମୁତାବକ ବରୁଣୀ ଯାତ୍ରା ଦେଖି ବିଳମ୍ବିତ ରାତ୍ରିରେ ଶରତ ଘରକୁ ଫେରୁଥିବା ସମୟରେ ସିଧଳ ବାରିକ ସାହି ପୋଲ ନିକଟରେ ଅଜଣା ଗାଡି ଶରତଙ୍କୁ ଧକ୍କା ଦେଇ ବିଜୁଳି ବେଗରେ ପଲାଇ ବାରୁ ଶରତ ସାଇକେଲ ସହ କେନାଲ ପୋଲ ତଳକୁ ଖସି ପଡ଼ିଥିଲେ | ଏବଂ ସେଠାରେ ଶରତଙ୍କର ମୃତ୍ୟୁ ହୋଇଥିଲା | ପ୍ରଭାତରୁ ଗ୍ରାମବାସୀ ଶରତଙ୍କୁ ମୃତ୍ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ |ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ଅନୁସନ୍ଧାନ ଚଳାଇଛି | ଅନ୍ୟପଟେ ପରିବାରର ମୁରବିଙ୍କୁ ହରାଇ ୩ ଝିଅ ଅନାଥ ହୋଇଯାଇଛନ୍ତି | ଏହି ଅନାଥ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *