Pratidin TV

Odisha's Digital News Platform

ପ୍ରଶାନ୍ତଙ୍କୁ ଜଗଦେବଙ୍କ ଗିରଫ୍ ଏକ ସାଜିସ୍ , ଅପରାଜିତା କଲେ ବଡ ଖୁଲାସା ।

1 min read

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ନୂଆ ମୋଡ । ଅପରାଜିତା ଷଡଙ୍ଗୀ ଖୋଲିଲେ ପୁରା ସତ । କହିଲେ ମୋ ଡ୍ରାଇଭର ସବୁ ସତ ଦେଖିଛି କିନ୍ତୁ ପୋଲିସ ତାଙ୍କୁ ପିଟିଥିଲେ । ପ୍ରଶାନ୍ତ ଜଗଦେବଙ୍କ ଦବଦବା ପାଇଁ ତାଙ୍କୁ ବିରୋଧୀ ଦଳ ଡରୁଛନ୍ତି । ଏନେଇ ତାଙ୍କୁ ମିଛରେ ଫସାଇଦିଆଯାଇଛି । ସିସିଟିଭି ପ୍ରମାଣରୁ ପୁରା ଜଣାପଡିଛି ସତ । ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଜାରି କଲେ ସାଂସଦ ଅପରାଜିତା ।

ଯେଉଁଥିରେ କି ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବାର କୌଣସି ସ୍ଫଷ୍ଟ ଚିତ୍ର ଦୃଶ୍ୟମାନ ହେଉନାହିଁ । ସିସିଟିଭିରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ, ପ୍ରଥମେ ପ୍ରଶାନ୍ତ ଧାଡିରୁ ବାହାରି ଲୋକସଭା ଇଭିଏମ ନିକଟକୁ ଯାଇ ନିଜର ଭୋଟ ଦାନ କରିବା ପରେ, ପୁଣି ପଛକୁ ଫେରି ପୁଲିଂ ଅଫିସରଙ୍କ ସହ କିଛି କଥା ହୋଇଥିଲେ, ପୁନଶ୍ଚ ସେ ବିଧାନସଭା ଇଭିଏମ୍ ଆଡକୁ ଯାଇଥିଲେ । ମାତ୍ର ଇଭିଏମ୍ ଭାଙ୍ଗିବାର ଶବ୍ଦ ଆସିଲା ବେଳକୁ ଇଭିଏମ ଠାରୁ ପ୍ରଶାନ୍ତ ଦୂରରେ ଥିଲେ ବୋଲି ସ୍ଫଷ୍ଟଭାବେ ଜାଣି ହେଉଛି ।

Advertisement

ତେବେ ସିସିଟିଭି ଫୁଟେଜରେ ନା ପ୍ରଶାନ୍ତଙ୍କ ଇଭିଏମ ଭାଙ୍ଗିବା ଦୃଶ୍ୟ ରହିଛି ନା ପ୍ରିଜାଇଡିଂ ଅଫିସରଙ୍କ ସହ ଦୁର୍ବ୍ୟବହାର କରିବାର ଦୃଶ୍ୟ । ଯାହା ସଂପୃକ୍ତ ଘଟଣାରେ ପ୍ରଶାନ୍ତଙ୍କ ଗିରଫଦାରୀ ଉପରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *