Pratidin TV

Odisha's Digital News Platform

ନିର୍ବାଚନ ମଇଦାନରେ ଆମ୍ନାସାମ୍ନା ସ୍ୱାମୀ-ସ୍ତ୍ରୀ , ରୁଦ୍ରଙ୍କ ବିରୋଧରେ ନାମଙ୍କନ ଭରିଲେ ସ୍ତ୍ରୀ..

1 min read

ନିର୍ବାଚନ ମଇଦାନରେ ଆମ୍ନାସାମ୍ନା ସ୍ୱାମୀ-ସ୍ତ୍ରୀ । ରୁଦ୍ରପ୍ରତାପ ମହାରଥୀଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କରିଛନ୍ତି ପତ୍ନୀ ଜାଗୃତି । ଯାହା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପିପିଲି ନିର୍ବାଚନ ବିଧନସଭା ଆସନରୁ ରୁଦ୍ରପ୍ରତାପ ମହାରଥୀ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପତ୍ନୀ । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକି ସେ ସ୍ୱାମୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ତାହା ଏବେ ସମସ୍ତଙ୍କର ପ୍ରଶ୍ନ । କାହିଁକି ସେ ସ୍ୱାମୀଙ୍କ ବିରୁଦ୍ଧରେ ନାମାଙ୍କନ ଦାଖଲ କଲେ ସେ ନେଇ ଏଯାଏ ମୁଁହ ଖୋଲିନଥିବା ବେଳେ ସ୍ୱାମୀ ରୁଦ୍ରପ୍ରତାପ ମହାରଥୀଙ୍କର ମଧ୍ୟ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ଅତୀତରେ କେତେକ ପ୍ରାର୍ଥୀଙ୍କ ପରିବାର ଲୋକେ ସ୍ୱାଧୀନ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ଯଦି ଯାଞ୍ଚ ସମୟରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୁଏ ତହେଲେ ସେ ସ୍ୱାଧୀନ ଭାବେରେ ଲଢ଼ିଥିବା ରାଜନୀତିରେ ଦେଖିବାକୁ ମିଳିସାରିଛି । ସେହିପରି କୁହାଯାଉଛି,ଯେ ସ୍ୱାମୀ ରୁଦ୍ର ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ, ସେଥିପାଇଁ ଜାଗୃତି ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଉ ଯଦି ରୁଦ୍ରଙ୍କ ନାମାଙ୍କନ ପତ୍ର ନାକଚ ନହୁଏ, ତା’ହେଲେ ଜାଗୃତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ ବୋଲି ଚର୍ଚ୍ଚା ହେଉଛି।

Advertisement

ତେବେ ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିବାବେଳେ ଗୁରୁବାର ପ୍ରତ୍ୟାହାର ର ଶେଷ ତାରିଖ ରହିଛି । ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ରାଜନୈତିକ ପର୍ଯ୍ୟବେକ୍ଷକ କହିଛନ୍ତି । ପିପିଲି ଆସନରୁ ରୁଦ୍ରଙ୍କ ବାପା ସ୍ୱର୍ଗତ ପ୍ରଦୀପ ମହାରଥୀ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ୨୦୨୧ରେ ହୋଇଥିବା ଉପ-ନିର୍ବାଚନରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ।

Leave a Reply

Your email address will not be published. Required fields are marked *