Pratidin TV

Odisha's Digital News Platform

ବାନ୍ତି କରିବାକୁ ଯାଇଁ ପ୍ରେମିକ ସହ ଫେରାର୍ ହେଲା ବଡ ଭଉଣୀ , ଶେଷରେ ସାନ ଭଉଣୀକୁ ବାହାହେଲା ଭିଣୋଇ ..

1 min read

ଝାରସୁଗୁଡା : ବାହାହେଲା ବଡ ଭଉଣୀକୁ କିନ୍ତୁ ସ୍ତ୍ରୀ ସାଜିଲା ସାନଭଉଣୀ । କଣ ଆଶ୍ଚର୍ଯ୍ୟ ଲାଗୁଛି କି ଘଟଣାଟି । ଜମାବି ଆଶ୍ଚର୍ଯ୍ୟ ହୁଅନ୍ତୁନି , କାରଣ ଘଟଣାଟି ହିଁ ସେମିତି ରୂପ ନେଲା ଯାହା ଫଳରେ ବର ବଡ ଭଉଣୀକୁ ବିବାହ କରିବା ପରେ ପୁଣି ସାନ ଶାଳୀକୁ ବିବାହ କଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରଜରାଜନଗର ଥାନା ବରପାଲି ଗ୍ରାମରେ ।

Advertisement

ମିିଳିଥିବା ସୂଚନା ଅନୁଯାୟୀ ବ୍ରଜରାଜନଗର ଥାନା ବରପାଲି ଗାଁରେ ଜଣେ ଯୁବତୀଙ୍କ ବିବାହ ସିମଡେଗା ଜିଲ୍ଲା ଗୋହରିଦଣ୍ଡ ଗ୍ରାମରେ ରାଜୁ ବେହେରାଙ୍କ ସହିତ ଠିକ୍ ହୋଇଥିଲା। ନିର୍ଧାରିତ ସମୟରେ ବର କନ୍ୟା ଘରେ ପହଞ୍ଚିବା ପରେ ବିବାହ ହୋଇଥିଲା। ରାତି ୧୦.୩୦ରେ ପରିବାର ଲୋକ ବରକନ୍ୟାଙ୍କୁ ବିଦାୟ ଦେଇଥିଲେ। ବରକନ୍ୟା ଗାଡ଼ି ବରପାଲିର ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି କରିବାକୁ କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ। କନ୍ୟା ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ୍ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ।

କନ୍ୟା ଫେରାର ହେବା ଜାଣିବାପରେ ବର ପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଲୋକଲଜ୍ଜା ଓ ନିଜ ପରିବାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସେମାନେ ବରପାଲି ଗ୍ରାମକୁ ଫେରି ଉଭୟ ପରିବାର ଆଲୋଚନା କରିଥିଲେ। ଶେଷରେ ପୁଣି କନ୍ୟାର ସାନଭଉଣୀ ସହ ସେହି ବେଦିରେ ବିବାହ ହୋଇଥିଲା। ତେବେ କନ୍ୟାର କାକା ପକ୍ଷରୁ ଏନେଇ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି। ଏନେଇ ବ୍ରରାଜନଗର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *