Pratidin TV

Odisha's Digital News Platform

ଯୋଗୀଙ୍କୁ ଅନୁସରଣ କଲେ ଗେହଲଟ, ଚଢାଇଲେ ବୁଲଡୋଜର..

1 min read

ନୂଆଦିଲ୍ଲୀ : ଯୋଗୀଙ୍କୁ ଅନୁସରଣ କଲେ ଗେହଲଟ । ଶିକ୍ଷକ ନିଯୁକ୍ତି ପେପର ଲିକ୍ ମାମଲାରେ ନେଲେ କାର୍ଯ୍ୟନୁଷ୍ଠାନ । ମାଷ୍ଟରମାଇଣ୍ଡ କୋଚିଂ ସଂସ୍ଥା ଉପରେ ଚଢିଲା ବୁଲଡୋଜର । ଜେଡିଏ କାର୍ଯ୍ୟନିର୍ବାହୀ ଦଳ ଜୟପୁରର ଜୋନ-୫ ଅଂଚଳର ଗୋପାଳପୁର ବାଇପାସ ମୁଖ୍ୟ ରୋଡ ଗୁର୍ଜର ଥାଡିରେ ପହଂଚିଛି ।

ଯେଉଁଠାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ପେପର ଲିକ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଦ୍ୱାରା ପରିଚାଳିତ ଅଧିଗମ କୋଚିଂ ଇନଷ୍ଟିଚ୍ୟୁଟ ବିଲଡିଂ ଉପରେ ବୁଲଡୋଜରର ଚଲାଯାଇଛି । ପୂର୍ବରୁ ଉତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏଭଳି କରୁଥିଲେ । ଏବେ ଯୋଗୀଙ୍କୁ ଅନୁସରଣ କରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ସରକାର ସମାନ ଧାରାରେ କାର୍ଯ୍ୟ କରିଛନ୍ତି । ଆଇନଗତ ପ୍ରକ୍ରିୟା ଗ୍ରହଣ କରି ପ୍ରାଧିକୃତସ୍ତରରେ ଅନୁମତି ନେଇ ବେଆଇନ ବାଣିଜ୍ୟିକ କୋଠାକୁ ଭାଙ୍ଗି ଦିଆଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ବିଜ୍ଞପ୍ତିର ଉତର ଦିଆଯାଇ ନ ଥିବାରୁ ଏଭଳି କରାଯାଇଥିବା ପ୍ରଶାସନ କହିଛି ।

Leave a Reply

Your email address will not be published. Required fields are marked *