Pratidin TV

Odisha's Digital News Platform

ଖାଇପାରିବେନି ସିଙ୍ଗଡା଼-କଚୋଡ଼ି ! , ସରକାର ଲଗାଇଲେ ରୋକ …

1 min read

ଆଉ ଖାଇପାରିବେନି ସିଙ୍ଗଡା଼-କଚୋଡ଼ି! କାରଣ ସିଙ୍ଗଡା଼-କଚୋଡ଼ି ଉପରେ ସରକାର ଲଗାଇଲେ କଟକଣା । ଏ ଖବର ଯିଏବି ଶୁଣିବ ସିଏ କେବେବି ଏହାକୁ ବିଶ୍ୱାସ କରିପାରିବନି । କାରଣ ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଥମ ପସନ୍ଦ ହେଉଛି ସିଙ୍ଗଡା଼-କଚୋଡ଼ି । ସମସ୍ତେ ଏହାକୁ ଖାଇବାକୁ ବେସ୍ ପସନ୍ଦ କରନ୍ତି । ଲୋକେ ଏହାକୁ ପେଟ ପୁରାଇ ଖାଇଥାନ୍ତି । ହେଲେ ଏବେ ଏହି ଖାଦ୍ୟ ଉପରେ ରୋକ ଲଗାଇଛନ୍ତି ସରକାର ।

ରାଜସ୍ଥାନ ସରକାର ଏହାକୁ ବ୍ୟାନ କରିଛନ୍ତି । ଜୟପୁରରେ ସରକାରୀ ମିଟିଂ ରେ ଆଉ ତେଲଛଣା ଜିନିଷ ଦିଆଯିବ ନାହିଁ । ଏଥିପାଇଁ ସରକାର ମେନ୍ୟୁ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯାହା ଏବେ ସୋଶିଆଲ ମିଡିଆରେ ଭାଇରଲ ହେଉଛି । ସିଙ୍ଗଡା଼,କଚୋଡ଼ି , ଜିଲାବି ବଦଳରେ ରୋଷ୍ଟେଡ ଜିନଷ ମିଳିବ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । ତେଲ ଜିନିଷ ଖାଇବା ଦ୍ୱାରା ସରକାରୀ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି। ଯେଉଁ କାରଣରୁ ସରକାରୀ କର୍ମଚାରୀ ମାନଙ୍କୁ ତେଲଛଣା ଜିନିଷ ଦିଆଯିବ ନାହିଁ । ଏବେ ସରକାରୀ ମିଟିଂରେ ରୋଷ୍ଟେଡ ଚଣା , ରୋଷ୍ଟେଡ ବାଦାମ , ମଲ୍ଟିଗ୍ରୀନ୍ ଖାଦ୍ୟ ପରିବେଷଣ କରାଯିବ । ସରକାରୀ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ମେନ୍ୟୁ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ଅର୍ଡର ମଧ୍ୟ ଜାରି କରାଯାଇଛି । କେବଳ ଜଳଖିଆ ମେନ୍ୟୁ ନୁହେଁ ପିଇବା ପାଣିକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏବେ ସରକାରୀ କର୍ମଚାରୀ ମାନଙ୍କୁ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ଗ୍ଲାସରେ ପାଣି ଦିଆଯିବ । ଏହି ପରିବର୍ତ୍ତନ ଗୁଡ଼ିକ ବର୍ତ୍ତମାନ ସଚିବାଳୟ ବୈଠକରେ ଦେଖାଯିବ । ଏଥିପାଇଁ ୨୩ ଜାନୁଆରୀରୁ ଅର୍ଡର ପାସ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *