Pratidin TV

Odisha's Digital News Platform

ଆର ପାରିରେ ମୋତି ମହଲର ଶେଷରାଣୀ ‘ରମା କୁମାରୀ ଦେବୀ’

1 min read

କୋରାପୁଟ୍ : ଆଉ ନାହାନ୍ତି ଜୟପୁର ମୋତି ମହଲର ଶେଷରାଣୀ ରମା କୁମାରୀ ଦେବୀ । ୯୦ ବର୍ଷ ବୟସରେ ଜୟପୁର ରାଜପରିବାରର ଶେଷରାଣୀଙ୍କର ସୋମବାର ମଧ୍ୟରାତ୍ର ସମୟରେ ପରଲୋକ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ୧୦ ଦିନ ଧରି ରାଣୀଙ୍କର ସ୍ଥାସ୍ଥ୍ୟବସ୍ଥା ଖରାପଥିଲା ।

ତେବେ ରାଣୀ ଶେଷ ନିଶ୍ୱାସ ନେବାବେଳେ ତାଙ୍କ ସାନ ବୋହୂ ସାଗରିକା ଦେବୀ ଏବଂ ନାତି ଚନ୍ଦ୍ରଚୁଡା ମଧ୍ୟ ତାଙ୍କ ପାଖରେ ଉପସ୍ଥିତ ଥିଲେ । ରମା ଦେବୀଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାର କିଛି ସମୟ ପରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜପ୍ରସାଦ ପରିଦର୍ଶନ କରିଥିଲେ ।

Advertisement

ତାଙ୍କ ଶବକୁ ଚନ୍ଦନବାଡା ସ୍ଥିତ ରାଜକୀୟ ଶବଦାହରେ ରାଜକୀୟ ସମ୍ମାନରେ ଶବଦାହ କରାଯିବ ବୋଲି ରାଣୀଙ୍କ ପରିବାର ପକ୍ଷରୁ ସୂଚାନ ମିଳିଛି ।ଋାମ କୁମାରୀ ଦେବୀ ଜୟପୁର ରାଜ୍ୟର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ ଥିଲେ । ମାହରାଜ ବିକ୍ରମ ଦେବ ଭର୍ମାଙ୍କ ପୋଷ୍ୟ ପୁତ୍ର ଥିଲେ ।

ତେବେ ମହାରାଜ ରାମକୃର୍ଷ୍ଣ ଦେବ ମାତ୍ର ଦୁଇ ତିନି ଦିନ ରାଜବଂଶରେ ଶାସନ କରିଥିଲେ ।ସୂତ୍ରରୁ ପ୍ରକାଶଯୋଗ୍ୟ ଯେ କୋରାପୁଟ ଜିଲ୍ଲାର ବୃହତ୍ତମ ସହର ଏବଂ ଐତିହାସିକ ମହତ୍ୱପୂଣ୍ଣ୍ର ସ୍ଥାନ ମଧ୍ୟରୁ ଜୟପୁର ଅନ୍ୟତମ । ୧୬୪୮-୪୯ମର ରେ ମହାରାଜା ଭୀର ବିକ୍ରମ ଦେବଙ୍କ ରାଜଧାନୀ ଭାବରେ ଏହି ସହରକୁ ପ୍ରତିଷ୍ଠା କରାଯାଇଥିଲା ।

ରାଣୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଜୟପୁର ସହ ସମଗ୍ର ଓଡିଶାରେ ଶୋକର ବାଦଲ ଦେଖାଦେଇଛି । ତେବେ ରାଣୀଙ୍କ ଶେଷ ଦର୍ଶନ ପାଇଁ ଜୟପୁର ରାଜପ୍ରସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହେବାରେ ଲାଗିଛି । ସହରରଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *