Pratidin TV

Odisha's Digital News Platform

ବାପାଙ୍କ ପରେ ଆଖିବୁଜିଦେଲେ ମା ; ଏଡେ ବଡ ଦୁନିଆରେ ଅନାଥ ହୋଇଗଲେ ୩ ଛୁଆ

1 min read

ଯାଜପୁର : ବର୍ଷେ ପୂର୍ବରୁ ଦୁର୍ଘଟଣାରେ ହାତ ଛାଡିଦେଇଥିଲେ ବାପା । ଆଉ ଗତ ୭ ଦିନ ହେବ ଏଡେବଡ ଦୁନିଆରେ ୩ ପିଲାଙ୍କୁ ଏକା ଚାଡି ଚାଲିଗଲା ମା । ନିୟତିର ନିଷ୍ଠୁର ନିଷ୍ପତ୍ତି କୋମଳମତି ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି। ପ୍ରଥମେ ବାପା ଓ ବର୍ଷକ ପରେ ମା’ଙ୍କୁ ହରାଇ ଅନାଥ ହୋଇ ଯାଇଛନ୍ତି ତିନିଜଣ ପିଲା । ହସଖୁସିର ପରିବାରକୁ ଖିନଭିନ୍ କରି ଦେଇଛି ଦଇବ । ହଁ ଆମେ କହୁଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତ ଓସ୍ତପାଳ ଗ୍ରାମର ମୃତ ପ୍ରମୋଦ କୁମାର ନାଥଙ୍କ ପରିବନାର କଥା । ବର୍ଷକ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଯାଇଥିଲା ପ୍ରମୋଦଙ୍କ ଜୀବନ ।

ପ୍ରମୋଦଙ୍କ ମୃତ୍ୟୁ ପରେ ପତ୍ନୀ ସୁଜାତା ନାଥ ବହୁ କଷ୍ଟରେ ନିଜର ତିନି ପିଲାକୁ ନେଇ ସଂସାର ଚଳାଉଥିଲେ ମଧ୍ୟ ମାନସିକ ଚାପ ମଧ୍ୟରେ ରହି ଆସୁଥିଲେ । ଅର୍ଥର ଅଭାବ ଓ ପିଲାଙ୍କ ଭବିଷ୍ୟତକୁ ଆôଖ ଆଗରେ ରôଖ ଛାତିର କୋହ ଓ ଆଖିର ଲୁହକୁ ଧରି ଆଗକୁ ବଢ଼ୁଥିବା ବେଳେ ଅଜଣା ରୋଗର ଶିକାର ହେଲେ ସୁଜାତା । ଗତ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି।ବାପା ଓ ମା’ଙ୍କ ମୃତ୍ୟୁ ପରେ ଦୁଇ ଝିଅ ଇତିଶ୍ରୀ ନାଥ (୧୮), ସ୍ମୃତିରେଖା ନାଥ (୧୫) ଓ ପୁଅ ସାଇ ସତ୍ୟଜିତ୍ ନାଥ(୯) ଏବେ ଅସହାୟ ଅବସ୍ଥାରେ ଅଛନ୍ତି । ଭଲ ପାଠ ପଢୁଥିବା ସ୍ମୃତିରେଖା ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ନମ୍ବର ରଖ୍ କୃତକାର୍ଯ୍ୟ ହୋଇଛନ୍ତି । ପୁଅ ସାଇ ସତ୍ୟଜିତ୍ ବର୍ତ୍ତମାନ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି ।

Advertisement

ବାପା ମା’ଙ୍କ ମୃତ୍ୟୁ ପରେ ବଡ଼ ଝିଅ ଉପରେ ପରିବାରର ବୋଝ । ଆର୍ଥିକ ଅନଟନ ତାଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଛି । ଅନାଥ ଓ ଅସହାୟ ହୋଇ ପଡ଼ିଥିବା ତିନି ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧକାର ଘେରରେ। ସରକାରୀସ୍ତରରେ ସ୍ମୃତିରେଖା ଓ ସତ୍ୟଜିତଙ୍କ ପାଠପଢ଼ା ଦିଗରେ ପ୍ରଶାସନ ଦାୟିତ୍ବ ଗ୍ରହଣ କରିବାକୁ ଇତିଶ୍ରୀ ଗୁହାରି କରିଛନ୍ତି । ଜୀବନର ମାନେ ବୁଝିବା ଆଗରୁ ଝାଉଁଳି ପଡ଼ିବାକୁ ଯାଉଥିବା ଭବିଷ୍ୟତକୁ ସରକାରୀ ଇନ୍ଧନ ଜୀଇଁବାରେ ସହାୟକ ହେବ ବୋଲି କାନ୍ଦି କାନ୍ଦି କହିଛନ୍ତି ଇତିଶ୍ରୀ । ନିଜ ଭବିଷ୍ୟତକୁ ପଛକୁ ଠେଲି ନିଜ ସାନ ଭାଇ ଭଉଣୀଙ୍କୁ ମଣିଷ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି। ପାଠପଢ଼ାର ସମସ୍ତ ଭାର ପ୍ରଶାସନ ବହନ କଲେ ପିତାମାତାଙ୍କ ଅଭାବକୁ ଭୁଲି ନିଜ ହାତରେ ପିଲାମାନେ ଭବିଷ୍ୟତ ଗଢି ପାରନ୍ତେ ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି। ଏପଟେ ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା କହିଛନ୍ତି ଯେ ଆମେ ହରିଶଚନ୍ଦ୍ର ଯୋଜନାରେ ୩୦୦୦ ସହାୟତା ଓ ଅନ୍ୟ ସରକାର ଯୋଜନା ରେ ସହାୟତ ଯୋଗେଦେବା ପାଇଁ ଚେଷ୍ଟା କରିବୁ । ତେବେ ଦେଖିବାକୁ ବାକି ରହିଲା କେବେ ସରକାରୀ ସୁବିଧା ମିଳୁଛି ୩ଅନାଥ ପିଲାଙ୍କୁ ।

ଯଦି କୌଣସି ସ-ହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଚାହାନ୍ତି ତେବେ ସେମାନେ NAME-SMRUTI REKHA NATH,AC NO-16670110101230,IFFC CODE-UCBA0001667ରେ ଟଙ୍କା ପଠାଇପାରିବେ ।

Leave a Reply

Your email address will not be published. Required fields are marked *