Pratidin TV

Odisha's Digital News Platform

ମିଶିକି ଘରକୁ ଫେରିଥାନ୍ତେ…. ଅଧା ରାସ୍ତାରେ ଭାଈ ଆଖି ଆଗରେ ଚାଲିଗଲା ଭଉଣୀର ଜୀବନ

1 min read

ମଣିଷ ଜୀବନ କ୍ଷଣ କ୍ଷଣ କେ ଆନ l ମୃତ୍ୟୁ କେତେବେଳେ ବି ଆସିପାରେ ଯାହା କେହି ବିଶ୍ବାସ କରି ନ ଥିଲେ, ଆଜି କିଛି ଏ ଭଳି ଘଟିଗଲା | ରାସ୍ତା କଡ଼ରେ ଚାହୁଁ ଚାହୁଁ ଘଟିଗଲା ଦୁର୍ଘଟଣା | ଭଉଣି ନୂତନ କରି ବ୍ୟାସନଗର ତହସିଲରେ junior Clark ଭାବରେ ପୋଷ୍ଟିଂ ପାଇଥିଲେ ଓ ନୂତନ କରି ବିବାହ ମଧ୍ୟ କରିଥିଲେ l ଟ୍ରେନିଙ୍ଗ ସାରି ବ୍ୟାସନଗର ତହସିଲ୍ ଅଫିସ୍ ରୁ ଭାଇ ଭଉଣୀ ସାଙ୍ଗ ହୋଇ ଫେରୁଥିଲେ l ଗୋଲେଇ ଛକରେ ଟ୍ରାଫିକ ଯାମ ଦେଖି ରାସ୍ତା କଡ଼ରେ ଠିଆ ହୋଇଥିଲେ l ଠିକ୍ ଏତିକି ସମୟରେ ସ୍କୁଟିକୁ ଆସି ଧକ୍କା ଦେଲା ଏକ ୧୬ ଚକିଆ ଟ୍ରକ lଭାଇ ପଛକୁ ଛାହିଁ କିଛି ଭାବିବା ପୂର୍ବରୁ ସବୁ କିଛି ହୋଇ ଅଦୃଶ୍ୟ ହୋଇଯାଇଥିଲା l ପଛରେ ଭଉଣିଙ୍କୁ ଆଉ ପାଇ ନ ଥିଲେ ଭାଇ l ଚାଲିଗଲା ଭଉଣୀର ଜୀବନ |

ମୃତ ମହିଳା ହେଉଛନ୍ତି ବର୍ଷା ରାଣୀ ବେହେରା ନୂତନ କରି ଚାକିରି କରିଥିବା ବେଳେ କାର୍ଯ୍ୟ ସାରି ଭାଈ ସାଙ୍ଗରେ ନିଜ ସ୍କୁଟି ଧରି ନୂଆଗଡ ଛକରେ ଠିଆ ହେଇଥିଲେ ଅପେକ୍ଷା କରିଥିଲେ ଗାଡ଼ି ପାସ କଲେ ସୁଜନ ନଗର ଭାଈ ସାଙ୍ଗରେ ଘରକୁ ଫେରିଥାନ୍ତେ l ଠିକ୍ ଏତିକି ସମେରେ ଦ୍ରୁତ ଗତିରେ ମାଡି ଆସିଲା OD 22W9981ନମ୍ୱର୍ ବିଶିଷ୍ଟ ୧୬ ଚକିଆ ଟ୍ରକ l ଆଉ ପଛ ପଟୁ ମହିଳାଙ୍କ ସ୍କୁଟି ଗାଡିକୁ ଚଢ଼େଇ ଦେଇଥିଲା l ଫଳରେ ସ୍କୁଟି ଗାଡି ସହ ମହିଳାଙ୍କ ଶରୀର ଘୋଷାଡି ହୋଈ ଅନତି ଦୂରକୁ ଚାଲିଯାଇଥିଲେ l ଦେଖଣା ହାରି କିଛି ପାଟି କରି କହିବା ପୁର୍ବରୁ ନିଶବ୍ଦ ହୋଇଗଲା ସ୍ଥାନ l ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଗଲେ l ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଲେ l ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Advertisement

ବ୍ରହ୍ମ ବରଦା ,ଥାନା ବରି ଅଞ୍ଚଳର ମୃତ ମହିଳା ଜଣଙ୍କ ନବ ବିବାହିତା ବର୍ଷାରାଣୀ ବେହେରା କେନ୍ଦ୍ରାପଡ଼ାର ନୀତେଶ ବେହେରାଙ୍କ ଶହ ନୂତନ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ l ହଠାତ୍ ତାଙ୍କ ଜୀବନରେ ଏ ଭଳି ଝଡ ଆସିବ ବୋଲି ସାଙ୍ଗ ସାଥି ସହଜ ରେ ଗ୍ରହଣ କରିପାରୁନାହିଁ l ସେପଟେ ସୂଚନା ପାଇ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ ପହଞ୍ଚି ପରିବାର ବର୍ଗଙ୍କୁ ଶାନ୍ତ୍ବନା ଦେବାସହ ପରିବାରଙ୍କୁ ଏଭଳୀ ପରିସ୍ଥିତିରେ ଧର୍ଯ୍ୟ ଧରିବାକୁ କହିଥିଲେ l କୋରାଇ ପୋଲିସ ଘଟଣସ୍ଥଳକୁ ଅନୁଧ୍ୟାନ କରି ଗତ କାଲି ଶବ ବ୍ୟବଚ୍ଛେଦ ପରେ ଶବ ସତ୍କାର କରାଯିବା ପାଇଁ ପରିବାର ସହ ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *