Pratidin TV

Odisha's Digital News Platform

ସମସ୍ୟା ଘେରରେ ବାଉଁଶ କାରିଗର ; କେବେ ମିଳିବ ପରିଶ୍ରମର ଉଚିତ୍ ମୂଲ୍ୟ …

1 min read

ଧର୍ମଶାଳା : ସମସ୍ୟା ଘେରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗଙ୍ଗାଧର ପୁର ଗାଆଁର ବାଉଁଶ କାରିଗର ।
ଦୀର୍ଘଦିନ ଧରି ବାଉଁଶ ରେ ବିଭିନ୍ନ କଳାକୃତି ତିଆରି କରୁଥିଲେ ମଧ୍ୟ ବିଭାଗୀୟ ସହଯୋଗ ଏବଂ ବଜାର ଚାହିଦା ଅଭାବରୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି କାରିଗର ।

ରସୁଲପୁର ବ୍ଲକ ରାଜେନ୍ଦ୍ର ପୁର ପଞ୍ଚାୟତ ଗଙ୍ଗାଧର ପୁର ଗାଆଁର ରମେଶ ବେହେରା । ହାଇସ୍କୁଲ ପାଠ ସାରିବା ପରେ ମୂଲ ମଜୁରୀ ଲାଗି ଚଳୁଥିଲେ ।ଏହା ପରେ ନିଜେ କିଛି ନୂଆ କରିବାର ସଂକଳ୍ପ ନେଇ ଆରମ୍ଭ କରିଥିଲେ ବାଉଁଶ ରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ।ଆଦୌ ପ୍ରଶିକ୍ଷଣ ନେଇନଥିବା ରମେଶଙ୍କ ବାଉଁଶରେ ନିର୍ମିତ କଳାକୃତି ଦେଖିଲେ ଯେ କେହିବି ଅଭିଭୂତ ହେବା ନିଶ୍ଚୟ ।ଜିଲ୍ଲା ରେ କାର୍ଯ୍ୟ କରୁଥିବା ହସ୍ତଶିଳ୍ପ ବିଭାଗ ର ନଜର ଆଡୁଆଳରେ ରହିଯାଇଥିବା ରମେଶ କୌଣସି ସହାୟତା ପାଇନଥିବା ଅଭିଯୋଗ କରିଛନ୍ତି । ଆବଶ୍ୟକୀୟ ବଜାର ଚାହିଦାର ସୁଯୋଗ ପାଉନଥିବାରୁ ନିଜ ଉତ୍ପାଦିତ ସାମଗ୍ରୀ ର ବ୍ୟବସାୟ ଠିକ୍ ଭାବରେ କରିପାରୁନଥିବା କୁହନ୍ତି ରମେଶ ।

Advertisement

ରମେଶଙ୍କ ପୁରା ପରିବାର ଏହି ବାଉଁଶ କାରିଗରୀ କାମକୁ ଆପଣାଇ ନେଇ ସ୍ଥାନୀୟ ଅଞ୍ଚଳ ରେ ବେସ୍ ସୁନାମ ଅର୍ଜନ କରିଛନ୍ତି।ପ୍ରଥମେ ବାଉଁଶ ସଂଗ୍ରହକରି ତାକୁ ଖରାରେ ଶୁଖାଇ ଛୋଟ ଛୋଟ ଆକାରରେ କାଟି ସେଥିରେ ବିଭିନ୍ନ ପ୍ରକାର ର ପାତିୟା ପ୍ରସ୍ତୁତ କରି ପେନ୍ ଷ୍ଟାଣ୍ଡ, ତାଜମହଲ,ଶ୍ରୀମନ୍ଦିର,ବିଭିନ୍ନ ମଡେଲ ର ଘର ଏବଂ ବିଭିନ୍ନ ଆକୃତିର ମୃତି ତିଆରି କରିଥାନ୍ତି । ପରେ ସେଥିରେ ସ୍ପିରିଟ ଓ ଗାଲାକୁ ମିଶାଇ ରଙ୍ଗ କରିଥାନ୍ତି ।ରମେଶ ଏବଂ ତାଙ୍କ ପରିବାର ଦୀର୍ଘ ଦଶବର୍ଷ ହେବ ଏହିକାମ କରି ଆସୁଥିବା ବେଳେ ଜିଲ୍ଲା ହସ୍ତଶିଳ୍ପ ବିଭାଗ ପକ୍ଷରୁ ତାଙ୍କଭଳି ଜଣେ ଶିଳ୍ପୀକୁ ନଜରଅନ୍ଦାଜ କରିଦିଆଯାଇଛି ।
ତାଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି ରମେଶ ଙ୍କ ପରିବାର।

Leave a Reply

Your email address will not be published. Required fields are marked *