Pratidin TV

Odisha's Digital News Platform

ଏବେବି ବରୁଣେଶ୍ଵର ମେଳାରେ ରହିଛି ଶିଳ ଓ ଫେଶା ର ଚାହିଦା , ଗ୍ରାଇଣ୍ଡର ବଦଳରେ ଲୋକେ କିଣୁଛନ୍ତି ପଥର ଉପକରଣ ..

ଯାଜପୁର : ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଅରେଇ ପଞ୍ଚାୟତରେ ପାଳିତ ହେଉଥିବା ବରୁଣେଶ୍ଵର ମେଳା ଶେଷ ଦିନରେ ପହଞ୍ଚିଛି । ମେଳା ଶେଷ ଦିନରେ ପହଞ୍ଚିଥିଲେ ମଧ୍ୟ ଲକ୍ଷାଧିକ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ବରୁଣେଶ୍ଵର ମେଳାରେ ଦେଖିବାକୁ ମିଳିଥାଏ ଅତୀତକଳାର ଲିଭିଯାଇଥିବା ହଜିଯାଇଥିବା କେଉଁ ଦିନର ନିର୍ଯ୍ୟାସ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମାନ ଏହି ମେଳାରେ ସେଥି ମଧ୍ୟରୁ ପଥର ନିର୍ମିତ ଶିଳ ଓ ଫେଶା ଏବଂ ବାଉଁଶ, ବେତରୁ ନିର୍ମିତ କୁଲା, ଗଉଣୀ,ମାଣ ଇତ୍ୟାଦି ।

ଅତ୍ୟାଧୁନିକ ଯୁଗ ବିଜ୍ଞାନର ପ୍ରଭାବରେ ମାନବ ସମାଜ ଆପଣେଇଛି ବିଭିନ୍ନ ପ୍ରକାରର ବୈଦ୍ୟୁତିକ ଉପକରଣମାନ । ଭୁଲିଯାଇଛି ପୂର୍ବକାଳରେ ବ୍ୟବହୃତ ପଥର ଖୋଦେଇ ଉପକରଣର ଆବଶ୍ୟକତା । ହେଲେ ଆଜିବି ବୈଦ୍ୟୁତିକ ଉପକରଣ ସ୍ଥାନରେ ଆଦର ରହିଛି ପଥରରୁ ନିର୍ମିତ ଶିଳ, ଶିଳପୁଆ ଓ ଫେଶା । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବରୁଣେଶ୍ଵର ମେଳା କୁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ ଏବଂ ବ୍ୟବସାୟୀମାନେ । ଉକ୍ତ ମେଳାରେ ଦେଖିବାକୁ ମିଳିଥାଏ ପଥର ଖୋଦେଇ ଶିଳ ର ଆସର. ବର୍ଷକରେ ଥରେ ଏହି ମେଳାରେ ଶିଳ, ଶିଳପୁଆ, ଫେଶା ଭଳି ପଥର ଉପକରଣ ମିଳିଥାଏ ।

ମେଳାକୁ ବୁଲିବାକୁ ଆସିଥିବା ଲୋକଙ୍କ ଭିଡ଼ ଜମେ ଶିଳ ବ୍ୟବସାୟୀମାନଙ୍କ ପାଖରେ । ଏଠାକୁ ଆସି ଶିଳ ଓ ଅନ୍ୟାନ୍ୟ ପଥର ଖୋଦେଇ ଉପକରଣ ବିକ୍ରି କରିବାକୁ ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଆସି ଅର୍ଥ ଉପାର୍ଜନ କରିଥାଆନ୍ତି । ଏହି ମେଳା ମାଧମରେ ବଞ୍ଚେ କାରୀଗର ଉଦ୍ଜୀବତ ହୋଇ ଉଠ କାରିଗରୀ ଏବଂ କଳାକୃତି. ଦିନରେ ଯାତ୍ରୀମାନେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ କିଣିବା ସହ ବିଭିନ୍ନ ପ୍ରକାରର ଦୋଳୀର ମଜା ସାଙ୍ଗକୁ ଠୁଙ୍କା ପୁରୀ, ଚାର୍ଟ ଆଦି ପାଟି ସୁଆଦିଆ ଖାଦ୍ୟ ମାନ ଖାଇଥିବା ଦେଖିବାକୁ ମିଳିଥାଏ । ମେଳା ସହିତ ଜଡିତ ହୋଇ ରହିଛି ସାହିତ୍ୟ. ସଂଗଠନର ସାହିତ୍ୟ ସଭା, କବିତା ପାଠ ଓ ସମ୍ବର୍ଦ୍ଧନା କାର‌୍ୟ୍ୟକ୍ରମ ମେଳାକୁ କରିଥାଏ ସରସ ସୁନ୍ଦର । ସେଥିମଧ୍ୟରୁ ଅନ୍ୟ ଏକ ଆକର୍ଷଣ ଥାଏ ଅପେରା ପାର୍ଟି ରାତ୍ରର ମେଳା କୁ ଏହା ଆହୁରି ସରସ ସୁନ୍ଦର କରିଥାଏ । ଏକାଧିକ ଅପେରା ପାର୍ଟିର କଳାକାରମାନଙ୍କ ଅଭିନୟ ଆକୃଷ୍ଟ କରିଥାଏ ଯାତ୍ରାପ୍ରେମୀ ମାନଙ୍କୁ, ଯାହା ଅନ୍ୟ ସମୟରେ ମିଳେ ନାହିଁ ତାହା ଏହି ପାର୍ବଣରେ ମିଳିଥାଏ ।

Leave a Reply

Your email address will not be published. Required fields are marked *