Pratidin TV

Odisha's Digital News Platform

ମା ବିରଜାଙ୍କ ସାବିତ୍ରୀ ବେଶ

ଯାଜପୁର : ଆଜି ସାବିତ୍ରୀ ବ୍ରତ ଯାଜପୁର ଅଧିଷ୍ଠାତ୍ରି ଦେବୀ ଙ୍କ ସାବିତ୍ରି ବେଶ । ଇହକାଳ ପରକାଳ ର ଦେବତା ସ୍ବାମୀ ଲାଗି ଦିନଟିଏ । ପ୍ରତ୍ୟେକ ସଧବା ନାରୀ ତାର ସ୍ବାମୀ ର ଆୟୁଷ ଓ ନୀରୋଗ କାମନା କରି ବ୍ରତ ସହ ଉପବାସ ରଖି ଦେବା ଦେବୀ ଙ୍କ ପାଖରେ ନିଜକୁ ସମର୍ପଣ କରିଥାଏ । ଏହି ସାବିତ୍ରୀ ପୁଜା ଲାଗି ବିରଜା ମନ୍ଦିର ରେ ଲାଗିଛି ଶ୍ରଦ୍ଦାଳୁଙ୍କ ଭିଡ । ଶାଢୀ ଶଙ୍ଖା ସିନ୍ଦୁର ଅଳତା ଫଳ ଭୋଗ ଧରି ମା ଙ୍କ ଆଶିଷ ଲାଗି ଶ୍ରଦ୍ଦାଳୁ ଙ୍କ ଲମ୍ବା ଲାଇନ ଲାଗିଛି ।

ବିଶ୍ବାଶ ରହିଛି ସାବିତ୍ରି ଯେପରି ସତ୍ୟାବାନଙ୍କୁ ନିଷ୍ଠା ବ୍ରତ ରଖି ଯମ ପାଖରୁ ସ୍ବାମୀଙ୍କୁ ଫେରାଇ ଆଣିଥିଲେ ସେହିଭଳି ଆଜି ଦିନରେ ଉପବାସ ବ୍ରତ ରଖି ମା ବିରଜା ଙ୍କୁ ଦର୍ଶନ କଲେ ପରିବାରର ମଙ୍ଗଳ ହେବା ସହ ସ୍ବାମୀ ଦୀର୍ଘାୟୁ ଓ ନିରୋଗୀ ହୋଇଥାନ୍ତି ବୋଲି ଶ୍ରଦ୍ଦାଳୁ ବିଶ୍ବାଶ ରଖିଥିବା କହିଛନ୍ତି ।

ସେପଟେ ଜନ ସମାଗମକୁ ଲକ୍ଷ୍ୟରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷେ ଯାଜପୁର ପୋଲିସ ସହର ଭିତରେ ବ୍ରତାଧାରୀଙ୍କ ଭିଡ଼କୁ ଲକ୍ଷ ରଖି ବିରଜା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ସନ୍ତୋଷୀ ମା ମନ୍ଦିର ନିକଟରେ ପୋଲିସ ଭିଡକୁ ନିୟନ୍ତ୍ରଣ କରୁଛି । ଏହା ସହ ଯାଜପୁର ଥାନା ଅଧିକାରୀ ପେଟ୍ରୋଲିଙ୍ଗ କଡାକଡୀ କରିଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *