Pratidin TV

Odisha's Digital News Platform

୨୪ ମହାସଂଗ୍ରାମର ନାମାଙ୍କନର ପର୍ବ , ଯାଜପୁର ରେ ନାମାଙ୍କନ ଭରିଲେ ହେବିୱେଟ୍..

1 min read

୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଯାଜପୁର ଲୋକସଭା ଓ ବିଧାନସଭା ପାଇଁ ଜୁନ 1 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ | ଏହି ପରି ପ୍ରେକ୍ଷୀରେ ଚଳିତ ମାସ ସାତ ତାରିଖରୁ ବିଭିନ୍ନ ଦଳର ପ୍ରାଥୀ ମାନେ ସେମାନଙ୍କର ପ୍ରାଥୀ ପତ୍ର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି | ଚତୃର୍ଥ ଦିନରେ ଯାଜପୁର ଲୋକସଭା ଆସନ ନିମନ୍ତେ ବିଜେପି ପକ୍ଷରୁ ରବି ନାରାୟଣ ବେହେରା ଓ କଂଗ୍ରେସ ଦଳ ତରଫରୁ ଅଞ୍ଚଳ ଦାସ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

ସେହିପରି ବିଧାନସଭା ନିମନ୍ତେ ବିଜେଡି ଦଳ ପକ୍ଷରୁ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାଥୀନି ବର୍ଷା ପ୍ରିୟଦର୍ଶନୀ , ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ  ପ୍ରାଥୀ ପ୍ରୀତି ରଞ୍ଜନ ଘଡ଼ାଇ , କଂଗ୍ରେସରୁ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାଥୀ ଦେବାଶିଷ ନାୟକ , ବଡ଼ଚଣାରୁ ଅଜୟ ସାମଲ ବିଜେପିରୁ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାଥୀ ଅମର ନାୟକ, ସୁକିନ୍ଦାରୁ ପ୍ରଦୀପ ବଳ, ବରିରୁ ଉମେଶ ଜେନା, ଯାଜପୁରରୁ ଗୌତମ ରାୟ କୋରେଇରୁ ଆକାଶ ଦାସ ନାୟକ, ସ୍ୱାଧୀନରୁ ଧର୍ମଶାଳା ନିମନ୍ତେ ସତୀଶ ବିଶ୍ୱାଳ, ବରିରୁ କବିର ଦାସ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି |ପ୍ରତ୍ୟକ  ପ୍ରାର୍ଥୀ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ଥିବା ଧାର୍ମିକ ପୀଠରୁ ପୂଜାର୍ଚନା କରି ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରରେ ଆସି ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ପ୍ରାଥୀ ପତ୍ର ରିଟର୍ନିଙ୍ଗ ଅଫିସର ନିକଟରେ ଦାଖଲ କରିଥିଲେ | ଚତୃର୍ଥ ଦିନ ସୁଦ୍ଧା ସମୁଦାୟ ପଚିଶି ଜଣ ପ୍ରାଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *