Pratidin TV

Odisha's Digital News Platform

ଯାଜପୁରରେ ପାଣ୍ଡିଆନଙ୍କ ପ୍ରଚାର , କହିଲେ ବବି ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି ..

1 min read

ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ସେହିଭଳି ଜୁନ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ନିର୍ବାଚନକୁ ନଜରରେ କେନ୍ଦ୍ରୀୟ ନେତୃତ୍ୱ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି। ତେବେ ଏହାରି ମଧ୍ୟରେ ଯାଜପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ ପ୍ରଚାର କରିଛନ୍ତି। ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ମା ବିରଜା ମନ୍ଦିରର ରୂପାନ୍ତରଣ ହେଉ କି ଯାଜପୁରରେ ମେଡିକାଲ କଲେଜ ସବୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଜପୁର ପ୍ରତି ଥିବା ଭଲପାଇବାର ଉଦାହରଣ ।

ଯାଜପୁର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇପାରିବ ବୋଲି ସେ କହିଛନ୍ତି । ଏହାସହିତ ସେ କହିଛନ୍ତି ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଆସ୍କା ଲୋକସଭା ଆସନରୁ ଜଣେ ଏସଏଚଜି ମାଙ୍କୁ ପ୍ରାର୍ଥୀ କରିଥିଲେ । ଠିକ ସେହିପରି ଚଳିତ ନିର୍ବାଚନରେ ବବି ବାବୁ ବି ଜଣେ ଏସଏଚଜି ମାଙ୍କୁ ଯାଜପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ଏହାପରେ ସେ କହିଥିଲେ ନେତା ଯେମିତି ସେନାପତି ବି ସେମିତି । ତାଙ୍କ ସମ୍ମାନ ରକ୍ଷା କରନ୍ତୁ । ଯାଜପୁରରୁ ଏକ ଲକ୍ଷ ମାର୍ଜିନରେ ଉଭୟ ବିଧାୟକ ଓ ସାଂସଦଙ୍କୁ ଜିତାନ୍ତୁ । ଯାଜପୁରବାସୀଙ୍କୁ ଆଜି ଏଭଳି ଅପିଲ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ବିଧାୟକ ଓ ସାଂସଦ ପାର୍ଥୀ ଙ୍କୁ ଏତେ ମାର୍ଜିନରେ ଜିତାନ୍ତୁ ଯେମିତ ଆସନ୍ତା ନିର୍ବାଚନରେ ବିରୋଧୀ ନାମାଙ୍କନ ଦାଖଲ କରିବାକୁ ଡରିବେ।

Advertisement

Leave a Reply

Your email address will not be published. Required fields are marked *