Pratidin TV

Odisha's Digital News Platform

ସମସ୍ୟା ଘେରରେ ବେତ କାରିଗର ; ପ୍ରଶାସନ କେବେ ନେବ ପଦକ୍ଷେପ .,

1 min read

ଧର୍ମଶାଳା ; କଳାରେ ନିପୂଣ ରାଜ୍ୟ ଆମର ଖାସ୍ ସେଥିପାଇଁ ତ ଓଡ଼ିଶା ର ପୁରାତନ ନାମ ଉତ୍କଳ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅନେକ ଲୋକେ ହସ୍ତ୍ ଶିଳ୍ପ ଉପରେ ନିର୍ଭର କରି ସେମାନଙ୍କର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ସେଥି ମଧ୍ୟରୁ ବେତ ତିଆରି କାରୁକାର୍ଯ୍ୟ ଅନ୍ୟତମ ।

ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ କଣ୍ଟାବଣୀଆ ଗାଆଁ ବେତ କାରିଗରଙ୍କ କଥା । ଗାଆଁ ରେ ଅଧିକାଂଶ ପରିବାର ବେତ ରେ ବିଭିନ୍ନ କାରୁକାର୍ଯ୍ୟ କରି ସେମାନଙ୍କର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ଦିନଥିଲା ଏହି ଗାଆଁର ବେତ ତିଆରି ସାମଗ୍ରୀର ବେସ୍ ଚାହିଦା ଥିଲା ।

Advertisement

ଫୁଲଚାଙ୍ଗୁଡ଼ି,ପାଚିଆ,ଚୌକି ଭଳି ବିଭିନ୍ନ ସୌକିନି ଉପକରଣ ଏଠାକାର କାରିଗର ମାନେ ତିଆରି କରି ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ଏବଂ ରାଜ୍ୟ ବାହାରକୁ ମଧ୍ୟ ରପ୍ତାନି କରିଥାନ୍ତି । ହେଲେ ଦୃଭାଗ୍ୟର କଥା ସାମଗ୍ରୀ ତିଆରି କରି ବେତକୁ ଜୀବନ୍ତ ରୂପ ଦେଉଥିବା ଏହି କାରିଗର ମାନେ ହରାଇବାକୁ ବସିଲେଣି ନିଜର ଜୀବିକା । ବେତ ତିଆରି ସାମଗ୍ରୀ ପ୍ରସ୍ତୁତ ପାଇଁ ବେତ ମିଳୁନଥିବା ସହିତ ଯେଉଁଠି ବେତ ରହିଛି ସେଠି ଜଙ୍ଗଲ ବିଭାଗ ପକ୍ଷରୁ ରୋକ୍ ଲାଗିଛି ।ଅବା ଅନେକ ସମୟରେ ଏମାନେ ଜଙ୍ଗଲରୁ ବହୁ କଷ୍ଟରେ ବେତ ଧରି ଆସିବା ସମୟରେ ପୋଲିସ ବାବୁମାନେ ଏମାନଙ୍କୁ ଅଟକାଇ ଟଙ୍କା ଆଦାୟ କରିଥାନ୍ତି । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି କାରିଗର ମାନେ । ତାହା ସହିତ ବଜାର ଚାହିଦା କମି ଥିବାରୁ କମ୍ ଦରରେ ବିକ୍ରୀ ମଧ୍ୟ କରୁଛନ୍ତି ସେମାନଙ୍କ ବେତ ତିଆରି ସାମଗ୍ରୀ । ରାଜ୍ୟ ସରକାର ଙ୍କ ପକ୍ଷରୁ ଏମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସହ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଗଲେ କାରିଗର ମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇପାରିବ ।

Leave a Reply

Your email address will not be published. Required fields are marked *