ରାଜ୍ୟରେ ଢିଲା ପ୍ରଶାସନକୁ ଠକ ମିଲର : ଧାନମଣ୍ଡିରୁ ଉଠୁନି ଧାନ , ପ୍ରତିଶୃତି ଦେଇବି ଶୁଣୁନି ପ୍ରଶାସନ ..
1 min readଯାଜପୁର : ଭାରତ ଏକ ଚାଷୀବୋହୁଳ ଦେଶ ହୋଇଥିବା ବେଳେ , ଏଠି ପ୍ରତ୍ୟକଦିନ ହନ୍ତସନ୍ତ ହୋଇଉଛନ୍ତି ଲକ୍ଷ ଲକ୍ଷ ଚାଷୀ । ନା ବୁଝୁଛି ପ୍ରଶାସନ ନା ନେଉଛି କୌଣସି କାର୍ଯ୍ୟନୁଷ୍ଠାନ । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟାକୁ ଆପଣାଉଛନ୍ତି ଚାଷୀ । ନିକଟରେ ଚାଷୀଙ୍କୁ ମାନଙ୍କୁ ନେଇ ଓଡିଶାର ବିଭିନ୍ନ ଜିଲ୍ଲାରେ ଅନେକଗୁଡିଏ ସମସ୍ୟା ଦେଖାଦେଇଥିଲା ।
ଯାଜପୁର,ଭଦ୍ରକ,ଝାରସୁଗୁଡା,ବଲାଙ୍ଗୀର , ବାଲେଶ୍ୱର ଇତ୍ୟାଦି ଅଞ୍ଚଳର ଚାଷୀମାନେ କିଛିଦିନ ତଳେ ନିଜ ନିଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତାବସ୍ତା ଧନ ଢାଳି ଅନଶନ କରିଥିଲେ । କିନ୍ତୁ କଣ ହେବ ସେତେବେଳେ ସିନା ଚାଷୀମାନଙ୍କର ପିଠି ଆଉଁସୀ ପ୍ରତିଶୃତି ଦେଇ ଘରକୁ ପଠାଇଦେଇଥିଲା ପ୍ରଶାସନ । ଏବେ କିନ୍ତୁ କାନ ବନ୍ଧ କରି ବସିଯାଇଛିା ଧାନମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିଥିଲେ ମଧ୍ୟ ନେବାକୁ ଆସୁନାହାନ୍ତି ମିଲର । ପ୍ରଶାସନ ମଧ୍ୟ ସବୁଦେଖିକି ନିଘୋଡ୍ ନିଦରେ ଶୋଇଛି । ସେହିଭଳି ନିକଟରେ ଯାଜପୁର ବ୍ଲକ ତ୍ରିଦେବ ସ୍ୱୟଂ ସହାୟକ ଧାନମଣ୍ଡି ଚଇନିପୁର ପଞ୍ଚାୟତ ବିଦ୍ୟାଧର ପୁର ଠାରେ ହଜାର ହଜାର ଧାନ ବସ୍ତା ପଡ଼ିରହିଛି ।
ଜିଲାରେ ଜାନୁୟାରୀ ୪ ତାରିଖରୁ ସମସ୍ତ ଧାନମଣ୍ଡି ଖୋଲା ଯାଇଛି । ତ୍ରିଦେବ ସ୍ୱୟଂ ସହାୟକ ଗୋଷ୍ଠୀରେ ଚାଷୀ ସେମାନଙ୍କର ଧାନ ଜମା କରିଛନ୍ତି । ଏଠାରେ କୃପାଳୁ ମିଲର ଧାନ ଉଠାଇବାକୁ ଜିଲ୍ଲା ଯୋଗାଣ ବିଭାଗ ଅନୁମତି ଦେଇଥିବା ବେଳେ ମିଲର ଗାଡି ପଠାଉଛି ନା ଧାନ ଉଠାଉଛି ଏହି ଅଭାବ ଦେଖାଦେଇଛି । ଯାହାକି ଚାଷୀ ମାନେ ମଣ୍ଡିରେ ଆଜକୁ ଛଅ ଦିନ ହେବ ଜଗି ରହୁଛନ୍ତି । ଏ ସମସ୍ୟା ଉପରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଧାନ ଉଠିପାରୁନି । ଯଦି ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ ଆଗାମୀ ଦିନରେ ଯାଜପୁର ମାଳାଆନ୍ଦ ପୁର – ବିଂଝାରପୁର ରାସ୍ତାରେ ବସି ରାସ୍ତା ରୋକ କରିବେ ବୋଲି ଚାଷୀକୁଳ ରୋକ ଠୋକ କହିଛନ୍ତି ।