କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଯାଜପୁର IIC ଙ୍କ ଦବଙ୍ଗ ଗିରି , କହିଲେ ମାରି ସୁଆଇଦେବି…
1 min readଯାଜପୁର : ଯାଜପୁର ଜିଲାରେ ଚାଷୀମାନେ ଧାନମଣ୍ଡି ରେ ମିଲର ଧାନ ନନେଉଥିବା ଅଭିଯୋଗ କରି ନବନିର୍ମାଣ କୃଷକ ସଂଗଠନ ସହ ମିଶି ଗୁରୁବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ପ୍ରତିବାଦ୍ କରିଥିଲେ । ଏନେଇ କେତେକ ସାମ୍ବାଦିକ ସେଠାରେ ପହଞ୍ଚି ସମ୍ବାଦ ସଂଗ୍ରହ କରୁଥିବା ବେଳେ ଯାଜପୁର ଥାନା IIC ଅଜୟ ଜେନା ସଦଳ ବଳେ ପହଞ୍ଚି ଦେଖିଥିଲେ ଯେ ସେଠାରେ OTV ଲାଇଭ୍ ଟେଲିକାଷ୍ଟ କରୁଛି ।
ଏହାକୁ ରୋକିବା ପାଇଁ ଆଇଆଇସି OTVର ଯାଜପୁର ପ୍ରତିନିଧି ସଂଜୀବ ନାୟକଙ୍କୁ ପେଲି ଦେବା ସହ ତାଙ୍କ କ୍ୟାମେରାକୁ ବନ୍ଧ କରିଦେଇଥିଲେ ଏହାପରେ ଆରମ୍ଭ କରିଥିଲେ ନିଜର ଦବଙ୍ଗଗିରି । ଯାହାର ଭିଡିଓ ବର୍ତ୍ତମାନ ମୋବାଲରୁ ମୋବାଇଲ ଘୁରିବୁଲିଛି । ସେଠାରେ ଆଇଆଇସିଙ୍କ ଦବଙ୍ଗଗିରି ସିନା ଗଣମାଧ୍ୟମର କ୍ୟାମେରାକୁ ବନ୍ଦ କରିଦେଇଥିଲା କିନ୍ତୁ ଏତେ ସଂଖ୍ୟକ ଲୋକମାନଙ୍କ ଭିତରୁ କେହି ଜଣେ ନିଜ ମୋବାଇଲରେ ଏସବୁ ରେକର୍ଡ କରିଦେଇଥିଲା ।
ଆଇଆଇସି ଓଟିଭି ପ୍ରତିନିଧିଙ୍କୁ ଧମକ ଦେଇ କହିଥିଲେ ଯେ ,ଚିହ୍ନିଛୁ ମୁଁ କିଏ ? ତମେ ଏକା କାଢ଼ୁଆ ସାମ୍ବାଦିକ , ବେଶୀ କଥା କହୁଛ । ତତେ ମାରିକି ଶୁଆଇ ଦେବି ତୁମରି ଏକା ଅଫିସ ଅଛି ଇତ୍ୟାଦି କହିଲେ । ଯଦି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଏଭଳି ବ୍ୟବହାର କରାଯାଉଛି ତେବେ IIC ଙ୍କ ଠାରୁ ସାଧାରଣ ଜନତା କିଭଳି ବ୍ୟବହାର ପାଉଥିବେ ଏଥିରୁ ଅନୁମେୟ । ଏହା ଜାଣିଲାପରେ ଯାଜପୁର ସାମ୍ବାଦିକ SP DG ଙ୍କୁ ଜଣାଇଛ ଦୃଢ ପ୍ରତିବାଦ ଜଣାଇଛନ୍ତି ।
ଦେଶର ଚତୁର୍ଥ ସ୍ଥମ୍ବ ଗଣମାଧ୍ୟମର ଏପରି ଅସମ୍ମାନ କେତେଦୂର ସଠିକ୍ ତାହା ଆପଣମାନେ ଥରେ ଚିନ୍ତା କରନ୍ତୁ ।