କେବେ ପୂରଣ ହେବ ଦତ୍ତପୁର ବାସୀଙ୍କ ସ୍ଵପ୍ନ ? ଏକମାତ୍ର ସାହା ଭରଷା ପାଲଟିଛି ବାଉଁସ ପୋଲ ..
1 min readଯାଜପୁର : ପୋଲ ନିର୍ମାଣ ପାଇଁ ୫ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହୋଇଥିଲା ଭିତିପ୍ରସ୍ତର। କିନ୍ତୁ କାମ ଆରମ୍ଭ ହେବା ପର ଠାରୁ ଠିକାଦାର ଛାଡି ପଳାଇଲା । ପୋଲ ହେଲେ ଗମନାଗମନ ର ସୁବିଧା ହେବା ନେଇ ଦୁଇଟି ଜିଲାବାସୀ ଚାହିଁ ବସିଥିଲେ ତାହା ଆଜି ପର୍ୟ୍ୟନ୍ତ ପୁରଣ ହୋଇନି। ଆମେ କହୁଛୁ ଯାଜପୁର ଜିଲା ଦଶରଥପୁର ବ୍ଲକ ଦତ୍ତପୁର ପୋଲ ର କଥା। ଏହି ୫ ବର୍ଷ ଭିତରେ ଅନେକ ଥର ବନ୍ୟା ବି ଯାଇଛି। ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ବାଉଁଶ ପୋଲ ପାଲଟିଛି ସାହା ଭରସା। ସେପଟେ ଏହି ପୋଲର ଡିଜାଇନ ରେ ପରିବର୍ତ୍ତନ ହୋଇଛି, ଖୁବ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
ବାଉଁଶ ପୋଲ ପାଲଟିଛି ଦୁଇ ଜିଲ୍ଲାବାସୀଙ୍କ ଜୀବନରେଖା । ବାଉଁଶ ପୋଲ ଏଠି ସାଜିଛି ଯାଜପୁର ଓ ଭଦ୍ରକ ଜିଲାର ସଂପର୍କର ସେତୁ । ଏ ହେଉଛି ବିଂଝାରପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ଗାଁର ଦୃଶ୍ୟ । ଏଠାରେ ବୈତରଣୀ ନଦୀ ପାର ହେବା ପାଇଁ ନାହିଁ କୌଣସି ସ୍ଥାୟୀ ସେତୁ । ପଂଳରେ ଲୋକେ ଏଭଳି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ପୂର୍ବରୁ ଏହି ନଦୀ ପାର ହେବା ପାଇଁ ଡଙ୍ଗା ବ୍ୟବହାର କରୁଥିଲେ କିନ୍ତୁ ଡଙ୍ଗାବୁଡି ଲୋକଙ୍କର ପ୍ରାଣହାନି ହେବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତିଆରି ହୋଇଛି ଏହି ବାଉଁଶ ପୋଲ ।
ଏହି ନଦୀ ଆର ପଟେ ଭଦ୍ରକ ଜିଲାର ବେତାଳି ଗାଁ ସମେତ ବହୁ ଅଂଚଳ ଯାଜପୁର ଜିଲା ଉପରେ ନିର୍ଭର କରିଥାନ୍ତି, ସେହିପରି ଯାଜପୁର ଜିଲାର ଏକାଧିକ ପଞ୍ଚାୟତ ଭଦ୍ରକ ଜିଲା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏତେ ବଡ ଆବଶ୍ୟକତା ଥାଇ ମଧ୍ୟ ଆଜି ପର୍ୟ୍ୟନ୍ତ ସ୍ଥାୟୀ ପୋଲ କାମ ସରିଲା ନାହିଁ। ଗତ ୨୦୧୯ ମସିହା ରେ ଏଠାରେ ଏକ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। କିନ୍ତୁ ଏହା ସଫଳ ରୂପାୟନ ହୋଇପାଗିଲା ନାହିଁ । ନିର୍ବାଚନ ଯାଇ ପୁଣି ନିର୍ବାଚନ ଆସିଲାଣି ହେଲେ ଆଜି ବି ଏହି ବୈତରଣୀ ନଦୀ ପାର ହେବା ପାଇଁ ଏହି ବାଉଁଶ ପୋଲ ଉପରେ ନିର୍ଭର କରିବାକୁ ପଡୁଛି ।