Pratidin TV

Odisha's Digital News Platform

ବିବାହକୁ ପୁରିନଥିଲା ୨ ମାସ , ମିଛ କହି ମାରିଦେଲେ ଝିଅକୁ

ଯାଜପୁର : ରାଜ୍ୟରେ ବଡୁଛି ନବବଧୂ ହତ୍ୟା । ବିବାହ ପରେ ନିର୍ଯ୍ୟତାନ ଓ ତାପରେ ହତ୍ୟା । କେବେ ସଜାଗ୍ ହେବ ପ୍ରଶାସନ , କେବେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଆଉ କେତେଦିନ ଯାଏ ଝିଅକୁ ହରାଇ ଲୁହ ଗଡାଇବେ ଶହ ଶହ ବାପା ମାଁ ? ପୁଣି ଆସିଲା ନବବଧୂ ହତ୍ୟା ଅଭିଯୋଗ , ବିବାହକୁ ୨ ମାସ ବି ପୁରିନଥିଲା ସବୁଦିନ ପାଇଁ ଆଖିବୁଜିଦେଲା ଝିଅ ।

ସୂଚନା ଅନୁଯାୟୀ ଗୋପାଳ ପୁର ଗାଁ ମାନଗୋବିନ୍ଦ ଜେନା ଙ୍କ ଝିଅ ରେଖାଞ୍ଜଳି ଜେନା ଦିହୁଡିସାହି ଗ୍ରାମର ଧନେଶ୍ୱର ଜେନା ଙ୍କ ପୁଅ ରଞ୍ଜନ କୁମାର ଜେନା ଙ୍କୁ ୨୪/୨/୨୦୨୩ ମସିହା ରେ ବୈଦିକ ରୀତି ନୀତି ରେ ବିବାହ କରିଥିଲେ, ରେଖାଞ୍ଜଳିଙ୍କ ବାପା ବିବାହ ବେଳେ ୩୫୦୦୦ଟଙ୍କା ସହ ସୁନା ଗହଣା ଏବଂ ସମସ୍ତ ଆସବାହ ପତ୍ର ସହ ଅନେକ ଆଶା ନେଇ ଝିଅକୁ ବାହା ଦେଇଥିଲେ ଆଉ ଭାବିଥିଲେ ତାଙ୍କ ଝିଅ ଖୁସିରେ ରହିବ ଘର ସଂସାର କରିବ । କିନ୍ତୁ ତାଙ୍କ ସ୍ବପ୍ନ ବାସ୍ତବ ହେଲା ନାହିଁ, ବିବାହ ପରଠାରୁ ଝିଅ ଉପରେ ଯୌତୁକ ପାଇଁ ହୋଇଆସୁଥିଲା ଅସହ୍ୟ ନିର୍ଯାତନା । ସ୍ୱାମୀ ରଞ୍ଜନ ଏବଂ ନଣଦ ବିନି ଜେନା ଙ୍କ ସମେତ ପରିବାର ଲୋକେ ଦେଇ ଆସୁଥିଲେ ନିର୍ଯାତନା । ଯାହାକୁ ସହି ନପାରି ରେଖାଞ୍ଜଳି ବାପ ଘରକୁ ଚାଲିଯାଇଥିଲେ । ପରେ ସ୍ୱାମୀ ଙ୍କ ଦେହ ଖରାପ ଅଛି କହି ଶ୍ୱଶୁର ଘର ଲୋକେ ତାକୁ ଘରକୁ ଫେରାଇ ଆଣିବା ପରେ ଗତ ୧/୫/୨୩ ସକାଳ ୭ଟା ରେ ଝିଅ ଅସୁସ୍ଥ ଥିବା ଖବର ପାଇ ପରିବାର ଲୋକେ ମଙ୍ଗଳପୁର ମେଡିକାଲ କୁ ଆସିବାପରେ ଝିଅ କୁ ଯାଜପୁର ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଖବର ପାଇଥିଲେ ।

ପରେ,କଟକ ଯାଇ ପରିବାର ଲୋକ ଝିଅକୁ ଭେଟିବା ବେଳେ ଝିଅର ଗୋଡ଼ ବଙ୍କା ହେବା ସହ ଗୋଡ଼ ନଖ ଉପୁଡି ଯାଇଥିବା ସହ ଝିଅର ବେକ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ । ତେବେ ଚିକିତ୍ସା ଧୀନ ଅବସ୍ଥା ରେ ୪/୫/୨୩ଦିନ ୨:୪୦ସମୟରେ ରେଖାଞ୍ଜଳି ଙ୍କ ମୃତ୍ୟୁ ଘଟିଛି ଯାହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏବଂ ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ଦୋଷୀ ଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ମଙ୍ଗଳପୁର ଥାନା ର ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *