Pratidin TV

Odisha's Digital News Platform

ଭର୍ତ୍ତା ଟଙ୍କାରୁ ବଞ୍ଚିତ ବୃଦ୍ଧା ଦୁଃଖ କଷ୍ଟରେ ବିତୁଛି ଜୀବନ , କେବେ ମିଳିବ ପ୍ରଶାସନର ସହାୟତା

1 min read

ଯାଜପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟି ପଞ୍ଚାୟତର ଶାନ୍ତିଲତା ସ୍ୱାଇଁଙ୍କ ବୟସ ୭୨ ବର୍ଷ ହୋଇଥିଲେ ବି ଆଜି ଯାଏ ଭର୍ତ୍ତା ଟଙ୍କା ପାଇପାରୁ ସେ ବଞ୍ଚିତ ଅଛନ୍ତି। ସେ ଅନଲାଇନରେ ଆବେଦନ କରିବା ସହ ବାରମ୍ବାର ପଞ୍ଚାୟତ,ବ୍ଲକ୍ କାର୍ଯ୍ୟଳୟ ଯିବା ସତ୍ୱେବି କେହି ତାଙ୍କ କଥା ଶୁଣୁ ନଥିବା ସେ କହିଛନ୍ତି।

ଅଭାବ ଭିତରେ ବହୁ କଷ୍ଟରେ ଜୀବନ ବିତାନ୍ତି । କିଛି ଦିନ ତଳେ ଘର କାମ କରିବା ସମୟରେ ପଡିଯିବାରୁ ପାରାଲିସ ହୋଇଯାଇଥିଲା । ବିଛଣାରେ ବୋହୁତ ଦିନ ପଡି ରହିବା ପରେ ଏବେ ଧିରେ ଧିରେ ସେ ଛୋଟେଇ ଚାଲିବା ଆରମ୍ଭ କରିଛନ୍ତି । ଅଭାବ ଭିତରେ ଔଷଧ କିଣିବାବି ବୋହୁତ କଷ୍ଟ ଏପରି ପରିସ୍ଥିତିରେ ସେ ଭର୍ତ୍ତା ପାଇବାରୁ ବଞ୍ଚିତ ଥିବା କହିଛନ୍ତି।ତାଙ୍କ ସ୍ଵାମୀ ନଟବର ସ୍ୱାଇଁ ବୟସ ୮୧ବର୍ଷ ହୋଉଥିବା ବେଳେ ସେ ରାସ୍ତା କଡ଼ରେ ଧୂପ ଓ ବ୍ୟାଗ ବିକି ସେଥିରେ ଯାହା ଦୁଇପଇସା ରୋଜଗାର କରନ୍ତି ସେଥିରେ ଦୁଇ ପ୍ରାଣୀ ଚାଲିବା କଷ୍ଟକର । ନଟବର ୫୦୦ଟଙ୍କା ଭର୍ତା ପାଉଛନ୍ତି କିନ୍ତୁ ଆଠ ମାସ ହେବ ଭର୍ତା ଟଙ୍କା ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି।

Advertisement

ବାରବାଟି ସରପଂଚ କହିଛନ୍ତି ନଟବର ସ୍ୱାଇଁ ଙ୍କ ଭର୍ତା ଟଙ୍କା ତାଙ୍କ ପତ୍ନୀ ଶାନ୍ତିଲତା ସ୍ୱାଇଁ ଙ୍କ ବ୍ୟାଙ୍କ୍ ଖାତା କୁ ଯାଉଛି ଏବଂ ଶାନ୍ତିଲତା ସ୍ୱାଇଁ ଙ୍କ ଭର୍ତ୍ତା ପାଈଁ ଦିଆଯାଇଛି ଶୀଘ୍ର ହୋଇଯିବ। ତେବେ ଦେଖାଯାଉ ଏହି ବୃଦ୍ଧା ଦମ୍ପତ୍ତିଙ୍କ ଉପରେ କେବେ ପ୍ରଶାସନର ନଜର ପଡୁଛି ।

Leave a Reply

Your email address will not be published. Required fields are marked *