Pratidin TV

Odisha's Digital News Platform

ମିଳିଲାନି ଅକ୍ସିଜେନ୍ ଉତ୍ତେଜିତ ହେଲେ ଲୋକ….

1 min read

ଯାଜପୁର ସହରରେ ବଢୁଛି ଜନସଂଖ୍ୟା l ବଢୁଥିବା କଳକାରଖାନା ଯୋଗୁଁ ବାହାରୁ ଲୋକମାନେ ଚାକିରୀ ଓ ବ୍ୟବସାୟ ଅନ୍ୱେଷଣରେ ଆସୁଛନ୍ତି l ପ୍ରତ୍ୟେକ ଦିନ ସହରକୁ ୩ ଲକ୍ଷରୁ ଉର୍ଦ୍ଧ୍ ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଜନସଂଖ୍ୟାକୁ ଲକ୍ଷ୍ୟ କରି ଏଯାଏଁ ପ୍ରଶାସନର କୌଣସି ପ୍ରକାର ତଦନ୍ତ କରୁନାହାନ୍ତି l ଏଠାକୁ ଯେଉଁ ଅଫିସର ଆସନ୍ତି ସେ ପ୍ରତି ୩ବର୍ଷରେ ବଦଳି ହୋଇଯାଆନ୍ତି l ଆଉ ବଦଳରେ ଜମିବାଡ଼ି କିଣି ରହିବା ଏବଂ ତା ସହ ସରକାରୀ ଅଫିସକୁ ନିଜ ଘର ଭାବି ଦେଉଛନ୍ତି ଅଫିସର l

ଏହିପରି ଭାବରେ ଯାଜପୁର ବାସିନ୍ଦା ଜଣେ ଅଫିସର ନାଁ ରେ ଅଭିଯୋଗ ଆଣିଛନ୍ତି l ଏକ ମେଡ଼ିକାଲ ଅଫିସର ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡ଼ିକାଲ୍ ଅଫିସର୍ ଭାବରେ ଦିର୍ଘ ଦିନ ହେବ ରହି ନିଜର ମନ ଇଚ୍ଛା କାର୍ଯ୍ୟ କରୁଥିବାର ଅଭିଯୋଗ ଆଣୁଛନ୍ତି ଲୋକେ l ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ମେଡିକାଲରେ ଫାର୍ମାସିଷ୍ଟ ନିଜର ଆଧିପତ୍ୟ ବିସ୍ତାର କରିଥିବା ବେଳେ ଅକ୍ସିଯେନ୍ ସିଲିଣ୍ଡର ଅକ୍ସିଜେନ ନ ଭରି ନିଜର କର୍ତ୍ତବ୍ୟ ରେ ଅବହେଳା କରୁଥିବା ନେଇ ରୋଗୀଙ୍କୁ ଆମ୍ବୁଲାନ୍ସ ରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ସଠିକ୍ ସମୟରେ ଅକ୍ସିଜେନ୍ ନ ମିଳିବାରୁ ଲୋକେ ତାତିଥିଲେ l

Advertisement

ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଦୀର୍ଘ ଏକ ଘଣ୍ଟା ଧରି ଅକ୍ସିଜେନ୍ ନ ମିଳିବାରୁ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା ଓ ପରେ ତାଙ୍କର ମୃତ୍ୟୁ ହେଇଥିଲା lଏହାପରେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସେଠାକାର ସ୍ଥାନୀୟ ଲୋକ ଉତ୍ତେଜିତ ହୋଇଯାଇଥିଲେ |ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡ଼ିକାଲ୍ ଅଫିସର୍ ଙ୍କ ନାଁ ରେ ଅଭିଯୋଗ କରାଯାଇଥିଲା l ପରେ ଅବହେଳା ବାବଦରେ ମେଡିକାଲର ଅଫିସର ସନ୍ତୋଷ ପୃଷ୍ଟିଙ୍କୁ ଯୋଗାଯୋଗ କରାଯାଇଥିଲା l କିନ୍ତୁ ସେ ମେଡ଼ିକାଲ୍ ରେ ଘଟୁଥିବା ସମସ୍ତ ଘଟଣା ଓ ଅସୁବିଧାକୁ ଅତି ସହଜରେ ଏଡାଇ ଦେଇ ସବୁ ଠିକ୍ ଚାଲିଛି ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *