Pratidin TV

Odisha's Digital News Platform

ହୋଲିରେ ଘଟିଥିଲା ଏଭଳି ଅଘଟଣ, ପାଳିବେ ନାହିଁ ରଙ୍ଗର ପର୍ବ : ପଢିବେ ଗୀତା ଭାଗବତ ଓ କରିବେ ହୋମଯଜ୍ଞ…

1 min read

ଯାଜପୁର : ଗତବର୍ଷ ୨୦୨୨ ହୋଲି ଦିନ ନଦୀରେ ବୁଡି ଛଅ ଜଣ ବାଳକ ଓ ନାବାଳକ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ସ୍ମୃତିରେ ହୋଲି ପର୍ବପାଳନ ନକରି ହୋମଯଜ୍ଞ ଓ ଗୀତା ଭାଗବତ ପଠନ କରିବେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ବଡ ସୁଆର ପଂଚାୟତ ୧୧ ନମ୍ବର ୱାର୍ଡ ହରିଜନ ସାହିରେ। ଆଜକୁ ଠିକ ୧ ବର୍ଷ ତଳେ ୨୦୨୨ ମସିହା ହୋଲି ଦିନ ରଙ୍ଗ ପର୍ବ ସାରି ବଡ଼ ସୁଆର ପଞ୍ଚାୟତ ୧୧ ନମ୍ବର ୱାର୍ଡର କିଛି ଯୁବକ ସ୍ଥାନୀୟ ଖରସ୍ରୋତା ନଦୀ ମଙ୍ଗଳା ଘାଟକୁ ଗାଧୋଇବା ପାଇଁ ଯାଇଥିଲେ ।

Advertisement

ଘାଟ କୂଳରେ ଚପଲ ଓ ପ୍ୟାଣ୍ଟସାର୍ଟ ରଖିଦେଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବାକୁ ଯାଇ ହରିଜନ ସାହିର , ଶୁଭମ (୧୫), କ୍ରିଷ୍ଣା (୧୭), ବିଶ୍ୱଜିତ (୧୭), କରଣ (୧୮ ), ରାହୁଲ(୧୮), ସମ୍ବିତ (୨୧) ଗଭୀର ନଦୀଜଳରେ ବୁଡିଯାଇଥିଲେ । ଘଟଣା ସ୍ଥଳରେ ପରିବାର ବର୍ଗ ଏବଂ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଖୋଜାଖୋଜି କରି ତିନିଦିନ ଭିତରେ ସମସ୍ତଙ୍କ ମୃତ ଶରୀର ମିଳିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ସମେତ ଜ଼ିଲ୍ଲା ଓ ରାଜ୍ୟରେ ଶୋକର ଛାୟା ଖେଳିଯାଇଥିଲା । ଏହି ଘଟଣାକୁ ନେଇ ଆଜିବି ହରିଜନ ସାହିର ଲୋକଙ୍କ ଆଖିରୁ ଲୁହ ସୁଖୀନଥିବାର ଦେଖିବାକୁ ମିଳିଛି । ଏପରିକି ତିନିଗୋଟି ପରିବାରର ବଂଶ ରକ୍ଷା କରିବା ପାଇଁ ପୁଅଟିଏ ରହିଲେ ନାହିଁ।

ଚଳିତ ବର୍ଷ ହରିଜନ ସାହି ହୋଲିପର୍ବ ପାଳନ ନକରି ହୋଲିଦିନ ମୃତୁବରଣ କରିଥିବା ଛଅ ଜଣ ଯୁବକଙ୍କର ପ୍ରତିମୂର୍ତ୍ତି ସାହି ନିକଟରେ ସ୍ଥାପନା କରିବା ସହ ପ୍ରତି ମୂର୍ତ୍ତିନିକଟରେ ହୋମ, ଯଂଜ୍ଞ, ସଂକୀର୍ତନ ଗୀତା ଓ ଭାଗବତ ପାଠ କରାଯିବ ବୋଲି ଗ୍ରାମର ମୁରବି ମାନେ ପ୍ରକାଶ କରିଛନ୍ତି । ମୂର୍ତ୍ତି ସ୍ଥାପନା ଦିନ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରିବେ ବୋଲି ସୂଚନା ମିଳିଛି ଏଠାରେ ସୂଚନା ଜେ ଏହି ନଦୀ ଗର୍ଭରୁ ବାଲି ଉଠାଣ ହେଉଥିବାରୁ ନଦୀ ଗର୍ଭ କେତେ ତାହା କଳନା କରିପାରି ନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ନଦୀଗର୍ଭ କେତେ ଓ ଗାଧୋଇବା ପାଇଁ ନିରାପଦ ଜାଗା କି ନୁହେଁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଫଳକ ଲଗାଯାଇନଥିବାରୁ ଏଭଳି ଘଟଣା ଘଟିଲା ବୋଲି ହରିଜନ ସାହିର ମୁରବି ମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *