Pratidin TV

Odisha's Digital News Platform

ପ୍ରତିଶୃତି ଦେଇଥିଲେ 5T ସଚିବ ; ତହସିଲଦାରଙ୍କ ଠାରୁ ଜମିପଟା ନ ପାଇ ନିରାଶ ହୋଇ ଫେରିଲେ ଗ୍ରାମବାସୀ ….

1 min read

ଯାଜପୁର : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରୀ ପଞ୍ଚାୟତର ସୁକିନ୍ଦା ଶତାଧିକ ପୁରୁଷ ଓ ମହିଳା ଜମିପଟ୍ଟ ପାଇଁ ଦୌଡି ଦୌଡି ନିରାଶ ହୋଇ ଫେରିବା ଘଟଣା ସାଧାରଣରେ ଅସନ୍ତୋଷର କାରଣ ହୋଇଛି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରୀ ରାଜସ୍ଵ ମୌଜାର ଡୁବୁରୀ , ଝୁମ୍ପାଣ , ଖରାଖାଇ , ବାଘରାଇ ସାଇ , ରଙ୍ଗାହୁଡ଼ି , ନୂଆଗାଁ , ଶିଆରିଆ ଆଦି ଅଞ୍ଚଳରେ ଥିବା ଜମିର ଗତ ୫ବର୍ଷ ହେବ ପାଉତି କଟାଯାଉନାହିଁ । ପୂର୍ବରୁ ସେହି ଜମିଗୁଡ଼ିକର ଭୂ – ବନ୍ଦୋବସ୍ତ ୧୯୨୭ରେ ଜମି ପଟ୍ଟା ମିଳିଥିଲା ।

୧୯୯୦ ପରଠାରୁ ସରକାରଙ୍କ ପକ୍ଷରୁ ବନ୍ଦୋବସ୍ତ ହୋଇପାରି ନ ଥବା କାରଣରୁ ସମ୍ପୃକ୍ତ ଅଞ୍ଚଳ ସ୍ଥାନଗୁଡିକର ଜମିପଟ୍ଟା ମିଳିପାରିନାହିଁ। ଜମିପଟ୍ଟା ନ ଥିବା କାରଣରୁ ସମ୍ପୃକ୍ତ ଜମି ମାଲିକ ସ୍ଥାୟୀ ବାସିନ୍ଦା , ଆୟ ଜାତିଗତ ପ୍ରମାଣପତ୍ର ଓ ସରକାରଙ୍କ ପକ୍ଷରୁ ଘୋଷିତ ବିଭିନ୍ନ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ପ୍ରମାଣପତ୍ର କରି ନ ପାରି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅସୁବିଧା ଭୋଗିବାକୁ ପଡୁଛି ।

Advertisement

ଏସବୁ ଅଭିଯୋଗ ନେଇ ଶତାଧିକ ଗ୍ରାମବାସୀ ‘ ୫ – ଟି ‘ ସଚିବଙ୍କ ସୁକିନ୍ଦା ଗସ୍ତ ସମୟରେ ଭେଟି ଅଭିଯୋଗପତ୍ର ପ୍ରଦାନ କରିଥିଲେ । ପରେ ସେହି ଘଟଣାର ସମାଧାନ ପାଇଁ ଜିଲ୍ଲାପାଳ ସୁକିନ୍ଦା ତହସିଲଦାରଙ୍କୁ ଭେଟିବା ପାଇଁ ଗ୍ରାମବାସୀଙ୍କୁ ଜଣାଇଥିଲେ । ବୁଧବାର ଦିନ ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଏହି ଘଟଣାରେ ସେ କିଛି କରିପାରିବେ ନାହିଁ ବୋଲି କହିବା ପରେ ଗ୍ରାମବାସୀ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *