Pratidin TV

Odisha's Digital News Platform

ମୋଦିଙ୍କ ଅପେକ୍ଷାରେ ପିହୁର ମା’ ; ୪ ବର୍ଷ ହେବ ହଜିଛି ଝିଅ , ଦେଖାକରି ମାଗିବେ ନ୍ୟାୟ ।

୪ ବର୍ଷ ହେବ ଥାନା ଦୈଡି ଦୈଡି ନୟାନ୍ତ ହେଲେଣି ପିହୁର ମା । ନା ହଜିଥିବା କୁନି ଝିଅ ମିଳୁଛି ନା ତା ବିଷୟରେ କୌଣସି ଖୋଜ୍ ଖବର । ୪ ବର୍ଷ ହେବ ଯାଜପୁର ଜିଲ୍ଲା ମୋନାଲିସା ନାୟକଙ୍କ ଶିଶୁକନ୍ୟା ପିହୁ ହଜିଯାଇଛି । ନିଜ ପିଲାକୁ ଖୋଜି ଆଣିବାକୁ ସେ ବାରମ୍ବାର ଥାନା ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ପୂର୍ବର ମୋଦିଙ୍କ ସମ୍ବଲପୁର ଗସ୍ତ ବେଳେ ସେ ଭେଟିବାକୁ ସମ୍ବଲପୁର ଯାଉଥିଲେ । ହେଲେ ଢେଙ୍କାନାଳ ପୁଲିସ ମୋନାଲିସାଙ୍କୁ ଉଠାଇନେଇ ଅଟକ ରଖିଥିଲା । ଯାହାକି ଭେଟିବାକୁ ସୁଯୋଗ ଦେଇନଥିଲା । ଅନେକ ଥର ପିହୁର ମା ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲ ଆସୁଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ମାଗିଛନ୍ତି ।

ତେବେ ଦେଖିବା ବାକି ରହିଲା ଯେ ନିଖୋଜ ପିହୁ ଏବଂ ତା ମାଙ୍କୁ କେବେ ନ୍ୟାୟ ମିଳୁଛି ।

Leave a Reply

Your email address will not be published. Required fields are marked *