Pratidin TV

Odisha's Digital News Platform

ଯାଜପୁର ପୋଲିସକୁ ବଡ ସଫଳତା : ଧରାପଡିଲେ ମୋବାଇଲ ଟାୱାର ବ୍ୟାଟେରୀ ଗୁଡିକୁ ଚୋରି କରୁଥିବା ଗ୍ୟାଙ୍ଗ୍

ଯାଜପୁର : ଗତ କିଛି ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଛି ଯାଜପୁର ସଦର ପୋଲିସ। ଏହି ଗ୍ୟାଙ୍ଗ ର ୩ ଜଣଙ୍କୁ ସଦର ପୋଲିସ ଗିରଫ ସହିତ ମୋଟ ୭୦ ଟି ବ୍ୟାଟେରୀ କୁ ମଧ୍ୟ ଜବତ କରାଯାଇଛି।

ଏଥିସହିତ ଚୋରି ପାଇଁ ବ୍ୟବହୃତ ୩ ଟି ଗାଡି ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଙ୍କ ଘର ଭଦ୍ରକ ଜିଲା ଧାମନଗର ଅଞ୍ଚଳର ଏବଂ ଏମାନଙ୍କ ବିରୋଧ ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଯାଜପୁର ଏସ ଡି ପି ଓ ସରୋଜ କୁମାର ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *