Pratidin TV

Odisha's Digital News Platform

ଯାଜପୁର ପୋଲିସକୁ ବଡ଼ ସଫଳତା : ପର୍ଦାଫାଶ କଲା ମୁର୍ତ୍ତି ଚୋର ରାକେଟ୍‌ର , ଜବତ କଲା ୩୧ ଗୋଟି ..

1 min read

ଧର୍ମଶାଳା : ଯାଜପୁର ପୋଲିସ କୁ ବଡ଼ ସଫଳତା ଯାଜପୁର ଜିଲ୍ଲା ର ଯାଜପୁର ଟାଉନ ରଘୁନାଥ ଜୀଉ ମନ୍ଦିର, ସମେତ ଜେନାପୁର ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ମନ୍ଦିର ରେ ଚୋରି ହୋଇଥିବା ମୂର୍ତ୍ତି ଗୁଡ଼ିକ ଯାଜପୁର ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ୩୧ଗୋଟି ମୂର୍ତ୍ତି ସହ ଚାରି ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଯୋଗ୍ୟ ଯେ ଗତକିଛି ଦିନ ତଳେ ଟାଉନଥାନା ଅନ୍ତଗ୍ରତ ରଘୁନାଥ ଜୀୟୁ ମନ୍ଦିରରୁ ପ୍ରାୟ ୧୯ ଟି ଠାକୁରଙ୍କ ମୂର୍ତ୍ତି ,ଜେନାପୁର ଥାନା ଅଧିନରେ ଥିବା କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ ଟି ମୂର୍ତ୍ତି ଚୋରି ହୋଇଥିବା ବେଳେ ।

ଏହା ପୂର୍ବରୁ ନଭେମ୍ବର ୧୨ ତାରିଖରେ ଧର୍ମଶାଳା ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା । ଏସବୁକୁ ଆଖିଆଗରେ ରଖି ଅଭିଯୋଗ ଆଧାରରେ ଯାଜପୁର ପୋଲିସ ଏକ ଟିମ୍ ଗଠନ କରି ଚୋରମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ।ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶ ସମେତ ବାଲେଶ୍ଵର ଅଞ୍ଚଳ ବୋଲି ଜଣାପଡିଛି । ସେହିଭଳି ଜିଲ୍ଲାର ଅନ୍ୟ ମନ୍ଦିର ଗୁଡିକରେ ଚୋରି ହୋଇଥିବା ମୂର୍ତ୍ତି ଗୁଡ଼ିକ ଉଦ୍ଧାର କରିବା ପାଇଁ ତଦନ୍ତ ଜାରି ରହିଥିବା ଏକ ପ୍ରେସ ବିବୃତି ରେ କହିଛନ୍ତି ଯାଜପୁର ଏସପି ବିନୀତ ଅଗ୍ରୱାଲ ।

Advertisement

Leave a Reply

Your email address will not be published. Required fields are marked *