Pratidin TV

Odisha's Digital News Platform

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା ; ଟ୍ରକ୍‌କୁ ପିଟି ଜଳିଗଲା ଟ୍ରଲର , ଜୀବନ୍ତ ଦଗ୍ଧ ହେଲା ଡ୍ରାଇଭର

ଯାଜପୁର : ଆଜି ଭୋର ୪ଟା ସମୟରେ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ ତା ସହ ଜୀବନ୍ତ ଜଳିଗଲେ ଡ୍ରାଇଭର ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥ ଉପରେ ବ୍ରେକ୍ ଡାଉନ ହୋଇ ଠିଆ ହୋଇଥିବା ଟ୍ରକକୁ ସମାନ ଦିଗରୁ ଆସୁଥିବା ଏକ ଲୁହା ରଡ଼ ଵୋଝେଇ ଟ୍ରେଲର ଧକ୍କା ଦେଇଥିଲା। ଫଳରେ ଟ୍ରଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଟ୍ରଲରଟି ଚାପି ହୋଇଯିବାରୁ ଡ୍ରାଇଭର କିମ୍ବା ହେଲପର କେହିବି ବର୍ତ୍ତୀ ପାରିନଥିଲେ ।

ଗାଡିଟି ହୁ ହୁ ହୋଇ ଜଳିବା ସହ ଡ୍ରାଇଭର ମଧ୍ୟ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ଏବଂ ଦୁଇଟି ଦମକଳ ଗାଡି ସହ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣାରେ ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *