Pratidin TV

Odisha's Digital News Platform

ରେଳ ଦୁର୍ଘଟଣାରେ ଆହତ ନବଘନଙ୍କ ଦୁଃଖ ଶୁଣିଲେ ନାହିଁ ଜନ ପ୍ରତିନିଧି ; ସାହାଯ୍ୟର ହାତ ବଢ଼ାଇଲେ ଝାନ୍ସିରାଣୀ ….

1 min read

ଆନନ୍ଦପୁର : ଜୁନ୍ ମାସ ୭ ତାରିଖରେ ଯାଜପୁର ରୋଡ ଷ୍ଟେସନ ନିକଟରେ ଟ୍ରାକ କାର୍ଯ୍ୟରେ କାମ କରୁଥିବା ବେଳେ, ହଠାତ୍ ଆସିଥିଲା ଏକ ଭୟଙ୍କର କାଳ ବୈଶାଖୀ । ପବନର ବେଗ ଏତେ ଥିଲା କି କାର୍ଯ୍ୟ କରୁଥିବା ୮ ଜଣ ରେଳ ଠିକା କର୍ମଚାରୀ ସମୂର୍ଣ୍ଣ ଭୟଭୀତ ହୋଇ , ଅଫ ଲାଇନ୍ ରେ ଥିବା ବୋହୁ ପୁରୁଣା ଏକ ମାଲବାଇ ରେଳ ତଳେ ଆଶ୍ରୟ ନେଇଥିଲେ। ହେଲେ ବିଦାତାର ଲିଖନି କିଛି ଅଲଗା ଥିଲା ସେଦିନ । କାଳବୈଶାଖିକୁ ଡରି ଆଶ୍ରାନେଇଥିବା ସ୍ଥାନ ହିଁ ନେଲା ଜୀବନ । କାଳବେଶାଖିର ଘାଇ ଘାଇ ପବନରେ କିଛି ସମୟପରେ ସେହି ପୁରୁଣା ରେଳଟି ଖୁବ୍ ଜୋରରେ ଗଡିବାକୁ ଲାଗିଥିଲା ସମସ୍ତେ କିଛି ଭାବିବା ବେଳକୁ ତାଙ୍କ ଉପରେ ମାଡ଼ି ଯାଇଥିଲା ବିନା ଇଞ୍ଜିନରେ ଥିବା ମାଲବାଇ ଟ୍ରେନ । ଆଉ ନେଇଯାଇଥିଲା ୬ ଜଣଙ୍କ ଜୀବନ ।

ଆହତ ହୋଇଥିଲେ ୨ଜଣ ସେହି ଆହତଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଆଇତିପୁର ପଞ୍ଚାୟତ ଅଧୀନ ମଧୂପୁରୁ ଗ୍ରାମର ଗରିବ ଦୀନମଜୁରିଆ ନବଘନ ବାରିକ। ଠିକାଦାରଙ୍କ ଅଧୀନରେ ରେଳ ଲାଇନରେ ମଜୁରିଆ ଭାବେ ଦୈନିକ କାମକରି ପରିବାର ପୋଷୁଥିଲେ , କିନ୍ତୁ ଦୁର୍ଘଟଣାରେ ନିଜ ଗୋଡକୁ ହରେଇ ଏବେ ଭଙ୍ଗାଗୃହ ରେ ପଡ଼ିରହିଛନ୍ତି ସେ ଓ ତାଙ୍କ ପରିବାର । ସେ ନାନା ଅସୁିଧାରେ ଥିଲା ବେଳେ ଏହି ବିଷୟରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣେଇଥିଲେ ମଧ୍ୟ ତାଙ୍କୁ କିଛି ସରକାରୀ ସ୍ଥରରେ ଆର୍ଥିକ ଅନୁଦାନ ମିଳିନାହିଁ ବୋଲି ସେ କହିଛନ୍ତି। ଏ ନେଇ ଆନନ୍ଦପୁର ଅଞ୍ଚଳର ସମାଜସେବୀ ଝାନ୍ସାରାଣୀ ଦାସଙ୍କୁ ସେ ତାଙ୍କର ଦୁଃଖ ଜଣାଇଥିଲେ। ପରେ ଝାସ୍ସିରାଣୀ ଦାସ ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କର ଏହି ଘଟଣା ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ଓ ଉପ ଜିଲ୍ଲାପାଳଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ଝାସ୍ସିରାଣୀଙ୍କ ଉଦ୍ୟମ ଫଳରେ ଏବେ ତାଙ୍କୁ ଓଡ଼ିଶା ସରକାରଙ୍କ ରେଡକ୍ରସ ପାଣ୍ଠି ତରଫରୁ ସରକାରୀ ଅନୁଦାନ ୧୦ ହଜାର ମିଳିଛି ଓ ଏକ ତିନି ଚକିଆ ଗାଡ଼ି ପ୍ରଦାନ କରାଯାଇଛି।

Advertisement

ସେ ସରକାରଙ୍କୁ ବିନିତ ଅନୁରୋଧ କରିଛନ୍ତି କି ମୋତେ ଖଣ୍ଡେ ପକା ଘର ଟିଏ ଦିଅନ୍ତୁ ଓ କିଛି ଆର୍ଥିକ ଅନୁଦାନ ପ୍ରଦାନ କରନ୍ତୁ । ସେଠୁ ସିନା ବଞ୍ଚିଗଲି କିନ୍ତୁ ଏଠି ଭୋକ ଉପାସ ରେ ପ୍ରତ୍ୟେକ ଦିନ ମରୁଛି ବୋଲି କହନ୍ନ୍‌ି ନବଘନ ।ତେବେ ଦେଖିବା ବାକି ରହିଲା ଯେ କେତେଶୀଘ୍ର ସମୃକ୍ତ ଘଟାକୁ ଗୁରୁତର ସହ ନେଇ ନବଘନଙ୍କୁ ଘର ଖଣ୍ଡିଏ ପ୍ରଦାନ କରୁଛନ୍ତି ସରକାର ।

Leave a Reply

Your email address will not be published. Required fields are marked *