Pratidin TV

Odisha's Digital News Platform

ଆଣ୍ଠୁଏ ପାଣିରେ ଜଳେଶ୍ୱର ହସ୍ପିଟାଲ ; ହନ୍ତସନ୍ତ ରୋଗୀ …..

ବାଲେଶ୍ୱର ; ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଜଳେଶ୍ଵର ଅଞ୍ଚଳରେ ଗତ ରାତିରୁ ପ୍ରବଳ ବର୍ଷା ଲାଗିରହିଛି । ଯାହା ଫଳରେ ଜଳେଶ୍ଵର ଜିକେ ଭଟ୍ଟର ଡାକ୍ତରଖାନା ଭିତରେ ବର୍ଷା ଜଳ ପଶିଯାଇଛି । ଡାକ୍ତରଖାନାର ସମସ୍ତ ବିଭାଗରେ ବର୍ଷା ପାଣି ପସିଛି ।

ଡାକ୍ତରଖାନା ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପରେ ମହଲା ଏବଂ ଡାକ୍ତରଖାନା ପରିସରରେ ଥିବା ଅନ୍ୟ ଏକ ବିଲ୍ଡିଙ୍ଗକୁ ସ୍ଥାନାନ୍ତରିତ କରାଯାଇଛି । ଡାକ୍ତରଖାନା ସମ୍ମୁଖରେ ଥିବା ଡ୍ରେନ ପରିଷ୍କାର ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଡାକ୍ତରଖାନା ପରିସରରେ ପସିଛି । ଯାହା ଫଳରେ ରୋଗୀ ମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି । ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କାମ ଜାରି ରହିଛି ।

Leave a Reply

Your email address will not be published. Required fields are marked *