ସରକାରୀ ଚାକିରୀ ପାଇଁ ଚାଲିଥିଲା ପ୍ରଶ୍ନପତ୍ର ଡିଲ୍ ,ଦଲାଲ୍ ସହ ଛାତ୍ରଛାତ୍ରୀଙ୍କୁ ମାଡି ବସିଲା ପୋଲିସ ….
1 min readବାଲେଶ୍ୱର : ଆଜି କୌଣସି ଏକ ସମ୍ମାସ୍ପଦ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ସନ୍ଦେହରେ ଦଲାଲ ସମେତ ଓଡ଼ିଶାର ବହୁତ ଛାତ୍ର ଛାତ୍ରୀ ଙ୍କୁ ବାଲେଶ୍ବର ପୋଲିସ ଅଟକ ରଖିଥିବା ଜଣାପଡିଛି। ଦୀଘାର ଏକ ଘରୋଇ ହୋଟେଲ ଭିତରେ ପ୍ରଶ୍ନ ପତ୍ରର ଉତ୍ତର ଦେବାକୁ ଚାଲିଥିଲା ଯୋଜନା ।
ଯାହାର ସୁରାଗ୍ ପାଇ ବାଲେଶ୍ବର ପୋଲିସ୍ ଚଢ଼ାଉ କରି ଏକ ଘରୋଇ ବସ ସହ ୫୦ରୁ ଅଧିକ ପରୀକ୍ଷାର୍ଥୀକୁ ଅଟକ ରଖିଛି ପୋଲିସ । ଅଟକ ଥିବା ପରୀକ୍ଷାର୍ଥୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୋଲି ଜଣା ପଡିଛି , ପରୀକ୍ଷା ପୂର୍ବରୁ ପୋଲିସ ହାତରେ ଧରା ପଡ଼ିଛନ୍ତି ପ୍ରଶ୍ନପତ୍ର କରିଥିବା କିଛି ଦଲାଲ ସମେତ ପ୍ରାୟ ୪୦ଜଣ ପରୀକ୍ଷାର୍ଥୀ , ଯାହାକୁ ନେଇ ଅଧିକ ତଦନ୍ତ କରୁଛି ବାଲେଶ୍ବର ପୋଲିସ ।
ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏହି ଦଲାଲ୍ ମାନେ କିଛି ପରିକ୍ଷାର୍ଥୀଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ରର ଡିଲ କରିଥାନ୍ତି । ଅର୍ଥାତ୍ ସିଧା ସଳଖ ସେମାନଙ୍କ ହାତକୁ ପ୍ରଶ୍ନପତ୍ର ନଦେଇ ସେମାନଙ୍କୁ ପ୍ରଶ୍ନପତ୍ର ମାତ୍ର କିଛି ସମୟ ପାଇଁ ଦେଖିବାକୁ ଦିଅନ୍ତି ।ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ସେତିକି ସମୟ ଭିତରେ ଯେତିକି ପ୍ରଶ୍ନ ଓତ୍ତର ମନେ ରଖିପାରିବେ ।