Pratidin TV

Odisha's Digital News Platform

ସରକାରୀ ଚିକିତ୍ସାଳୟରେ ମହାର୍ଦୁନୀତି : ପ୍ରସବ କରାଇବା ପାଇଁ ଡାକ୍ତର ମାଗୁଛନ୍ତି ଲାଞ୍ଚ …

1 min read

ଜଳେଶ୍ୱର : ସରକାରୀ ହସ୍ପିଟାଲରେ ପ୍ରସବ କରାଇବା ପାଇଁ ଡାକ୍ତର ୬୦୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲରେ ପ୍ରସୂତି ବିଭାଗ ଡାକ୍ତର ଦିଲ୍ଲୀପ କୁମାର ପାତ୍ରଙ୍କ ନାମରେ ଏହି ଅଭିଯୋଗ ଆସିଛି । ଖବର ଅନୁଯାୟୀ ନିକଟରେ କାମର୍ଦା ଥାନା ଅନ୍ତର୍ଗତ ବାଲିମ ଗ୍ରାମର କାର୍ତ୍ତିକ ଘଡେଇ ତାଙ୍କର ସମ୍ପର୍କୀୟଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ପ୍ରସବ କରାଇବା ପାଇଁ ଆଣିଥିଲେ ।

ମାତ୍ର ଡାକ୍ତର ତାଙ୍କୁ ସିଜରିଂ କରିବା କଥା କହିଥିଲେ । ପରେ ଜୈନିକ ଆଶା ସିଜରିଂ ପାଇଁ ୬୦୦୦ ଟଙ୍କା ପଡିବ ବୋଲି କହିଛନ୍ତି । ପରେ କାର୍ତ୍ତିକ ୫୫୦୦ ଟଙ୍କା ଦେବାକୁ ରାଜି ହେବାରୁ ଡାକ୍ତର ପ୍ରସବ କରାଇଥିଲେ । ଏ ବାବଦରେ ଡାକ୍ତର ଦିଲ୍ଲୀପ କୁମାର ପାତ୍ରଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଘଟଣାର ସଠିକ ତଦନ୍ତ କରିବା ଆବଶ୍ୟକ ରହିଛି ।

Advertisement

ତେବେ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଏପରି ମନମୁଖୀ କାର୍ଯ୍ୟକୁ ନେଇ ଚାରିଆଡେ ନିନ୍ଦା ଚାଲିଥିବା ବେଳେ ବର୍ତ୍ତମାନ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *