Pratidin TV

Odisha's Digital News Platform

ପ୍ରତିଶୋଧ ନେଲା ଭାରତୀୟ ସେନା ନିପାତ ହେଲେ କାଶ୍ମୀର ପଣ୍ଡିତ୍‌ଙ୍କ ହତ୍ୟାକାରୀ…

1 min read

ପ୍ରତିଶୋଧ ନେଲା ଭାରତୀୟ ସେନା । ନିପାତ ହେଲେ କାଶ୍ମୀର ପଣ୍ଡିତ୍‌ଙ୍କ ହତ୍ୟାକାରୀ । ଜାମ୍ମୁ କାଶ୍ମିର ଏନକାଉଣ୍ଟର ବେଳେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ । ଶୋପିଆନ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଲସ୍କର ଏ ତାଇବାର ଆତଙ୍କବଦୀ ମାନେ ପ୍ରାଣ ହରାଇଛନ୍ତି । ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଏହି ଦୁଇ ଆତଙ୍କବାଦୀଙ୍କ ମୋରିଫତ ମକବୁଲ ଏବଂ ଜଜିମ ଫାରୁକ୍ ଛଦ୍ମନାମ ଅବରାର ବୋଲି ଜଣାପଡିଛି । ପୋଲିସ ଏହା ମଧ୍ୟ କହିଛି ଯେ କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ଜଜିମ ଫାରୁକ୍ ଅବରାର ମଧ୍ୟ ସମ୍ପୃକ୍ତ ଥିଲେ ।


ସୁଚନା ମୁତାବିକ ଜାମ୍ମୁକାଶ୍ମିର ସୋପିଆନ ଜିଲ୍ଲା ଆଲିସପୋରା ନିକଟସ୍ଥ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚି ରହିଥିବାର ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଅକ୍ଟୋବର ୯ ଅର୍ଥାତ ସୋମବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀ ମାନେ ସେନା ବାହିନୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହା ପରେ ସେନା ବାହିନୀଙ୍କ ପାଲଟା ଆକ୍ରମଣରେ ମୋରିଫତ ମକବୁଲ ଓ ଜଜିମ ଫାରୁକ୍ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଏହାପୂର୍ବରୁ ଅକ୍ଟୋବର ୪ ରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ସେମାନେ କୁଲଗାମର ବାସିନ୍ଦା ଥିଲେ । ତେବେ ପୋଲିସ କହିଛି ଯେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ମୋରିଫତ ମକବୁଲ ଏବଂ ଜଜିମ ଫାରୁକ୍ ଛଦ୍ମନାମ ଅବରାର ବୋଲି ଚିହ୍ନଟ କରାଯାଇଛି । ଆତଙ୍କୀ ଜଜିମ ଫାରୁକ୍ ଅବରାର କାଶ୍ମୀରୀ ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *