ଜମ୍ମୁ-କଶ୍ମୀରରେ ଭୟଙ୍କର ଭୂସ୍କଳନ , ପୋତି ହୋଇଗଲା ଲୋକଙ୍କ ବାସଗୃହ …
1 min readଶ୍ରୀନଗର : ଜମ୍ମୁ ଓ କଶ୍ମୀରରରେ ଭୟଙ୍କର ଭୂସ୍ଖଳନ । ପୋତି ହୋଇଗଲା ବାସଗୃହ । ବନ୍ଦ ହୋଇଗଲା ଶ୍ରୀନଗର-ସୋନମାର୍ଗ ରାଜପଥ । କଶ୍ମୀରର ଗାନ୍ଦରବଲ ଜିଲ୍ଲା ରେଜିନ୍ ଅନ୍ତର୍ଗତ ଗୁଣ୍ଡ୍ ଅଂଚଳରେ ଭୂସ୍ଖଳନ ଘଟି କେତେକ ଗାଈଗୋରୁ ଓ ବାସଗୃହ ପୋତି ହୋଇଯାଇଛି । ଏହା ସହିତ ଶ୍ରୀନଗର-ସୋନାମାର୍ଗ ରାଜପଥ ଅବରୁଦ୍ଧ ହୋଇଛି । ଫଳରେ ଜାତୀୟ ରାଜପଥ ଉପରେ ମାଟି ଅତଡା ଖସି ବନ୍ଦ ଥିବାରୁ ଉଭୟ ଦିଗରେ ଅନେକ ଯାନବାହନ ଅଟକି ରହିଛି ।
ସୂଚନାଯୋଗ୍ୟ ଯେ ଏହି ଭୂସ୍କଳନରେ କୌଣସି ଜନଜୀବନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନି । ଗାନ୍ଦରବଲ୍ ଜିଲ୍ଲା ପୁଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି, ସେନାର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଛନ୍ତି । ବିପନ୍ନ ପରିବାରବର୍ଗଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି ।
ରବିବାର ଦିନ ଜମ୍ମୁ ଓ କଶ୍ମୀର ରାମବନ ଜିଲ୍ଲା ଅନ୍ତର୍ଗତ ଗୂଲ୍ ସବ୍ଡିଭିଜନ୍ ଅଂଚଳର ଦୁକ୍ସାର ଗ୍ରାମରେ ବଡ଼ଧରଣର ଭୂସ୍ଖଳନ ହେବାରୁ ଡଜନାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧୩ଟି ପରିବାର ବାସହରା ହୋଇଯାଇଛନ୍ତି ।ପ୍ରଭାବିତ ପରିବାରବର୍ଗଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ତୁରନ୍ତ ରିଲିଫ୍ ଯୋଗାଇ ଦିଆଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଏହି ଭୂସ୍ଖଳନ ଯୋଗୁଁ ଗ୍ରାମ ନିକଟରେ ଥିବା ମୁଖ୍ୟ ସଡ଼କ ଫାଟି ଯାଇଥିବାରୁ ସେଥିରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି ।