Pratidin TV

Odisha's Digital News Platform

ବାୟୁସେନା କର୍ମଚାରୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୫ ଯବାନ ଆହତ

1 min read

ଆତଙ୍କୀଙ୍କ ଆକ୍ରମଣରେ ସହିଦ ହେଲେ ଭାରତୀୟ ଯବାନ | ଜମ୍ମୁକାଶ୍ମୀର ପୁଞ୍ଜ ରେ ବଡ ଆତଙ୍କବାଦୀ ଆକ୍ରମଣ ଫଳରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ହୋଇଛନ୍ତି ଗୁରୁତର | ତେବେ ନିର୍ବାଚନ ଭିତରେ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ଗୁରୁତର ଥିବା ଜଣେ ଏୟାରମ୍ୟାନଙ୍କୁ ଉଦମପୁରରେ ଥିବା କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି | ଯବାନମାନେ ୨ଟି ଗାଡ଼ିରେ ଫେରୁଥିବା ସମୟରେ ଆତଙ୍କବାଦୀମାନେ ଅତର୍କିତ ଭାବେ କରିଥିଲେ ଆକ୍ରମଣ |

ତେବେ ଆତଙ୍କବାଦୀମାନେ ବାୟୁସେନା ଗାଡିକୁ ଚାରିପଟୁ ଘେରି ଯାଇଥିଲେ | ଏବଂ କରିଥିଲେ ଘନ ଘନ ଗୁଳି ବର୍ଷା | ଏପରି ଆକ୍ରମଣ ହେବା ପରେ ଜମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡି ରୋକି ଯାଞ୍ଚ କରାଯାଉଛି |

ଅନ୍ୟପଟେ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଥିଲା ଯେ, ବାୟୁସେନାର ଗାଡି ଉପରକୁ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ | ପୋଲିସ ଏବଂ ଯବାନ ମିଳିତ ଭାବରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି | ତେବେ CHALI ତ ବର୍ଷରେ ଏହା ସବୁଠାରୁ ଆତଙ୍କିତ କଲା ପରି ଆକ୍ରମଣ ବୋଲି କୁହାଯାଉଛି | ତେବେ ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *