Pratidin TV

Odisha's Digital News Platform

ତକିଆ ଧରି ଏୟାରପୋର୍ଟରେ ପହଞ୍ଚିଲେ ଜାନ୍‌ଭୀ କପୁର ; ପ୍ରଶଂସକ କହିଲେ କଣ ଚୋରୀ ….

1 min read

ମୁମ୍ବାଇ : ବଲିଉଡ୍‌ର ବହୁ ଚର୍ଚ୍ଚିତ କଳାକାର ଜାନଭୀ କପୁର । ନିଜ ଲୁକସ୍ ଓ ପ୍ୟାସନକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଲାଇମ୍ ଲାଇଟ୍‌ରେ ରୁହନ୍ତି ସେ । ତେବେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ତା ସହ ନିଜ ନୂଆ ଫଟୋ ଓ ଭିଡିଓ ଗୁଡିକ ପୋଷ୍ଟ କରି ପ୍ରଶଂସକମାନଙ୍କ ମନ ଜିଣନ୍ତି ।

ଏସବୁ ଭିତରେ ନିକଟରେ ଜାନ୍‌ଭୀ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ତେବେ ଆପଣମାନେ ଭାବୁଥିବେ ଏଇଟା କୌଣସି ବଡ କଥା ନୁହଁ । କିନ୍ତୁ ଜାନଭୀଙ୍କ ସେଇ ଏୟାରପୋର୍ଟ ଫଟୋ ଏବଂ ଭିଡିଓ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜାନଭୀ ଏୟାରପୋର୍ଟରେ ଏକ ସଫା ଧଳା ରଙ୍ଗର ତକିଆ ଧରିଥିବାର ନଜର ଆସିଥିଲେ ।

https://www.instagram.com/reel/CsiJUaCAqKR/?utm_source=ig_web_copy_link&igshid=MzRlODBiNWFlZA==

ତେବେ ଜାନଭୀ ଥାଇ-ହାଇ ଷ୍ଟିଲ୍ଟ ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଥିଲେ ।ଏହା ସହ ସେ ଯେତେବେଳେ ଏୟାରପୋର୍ଟରେ ନିଜ ଗାଡିରୁ ଓହ୍ଲାଇଥିଲେ ପାପାର୍ଜୀ କ୍ୟାମେରାରେ ପ୍ରଥମେ କଏଦ ହୋଇଥିଲା ତାଙ୍କ ଫଟୋ ଓ ଭିଡିଓ । ତେବେ ପାପାର୍ଜୀ ତରଫରୁ ଏହା ପୋଷ୍ଟ ହେବାପରେ ୟୁଜର୍ସ ମାନେ ଫଟୋ ଓ ଭିଡିଓଟିକୁ ଖୁବ୍ ଭଲପାଇବା ଦେଇଥିଲେ । ଏହାସହ ଅନେକ ୟୁଜର୍ସ ମଜାକ ମଧ୍ୟ ବନାଇଥିଲେ । କେହି କେହି ପୋଷ୍ଟରେ କମେଣ୍ଟ ଦେଇ ଲେଖିଥିଲେ ଯେ କଣ ଅଭିନେତ୍ରୀ ହୋଟେଲରୁ ତକିଆ ଚୋରୀ କରି ପଳାଉଛନ୍ତି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଫାଷ୍ଟ କ୍ଲାସରେ ତକିଆ ନଥାଏ ତ ସେଥିପାଇଁ ଅଭିନେତ୍ରୀ ନିଜ ତକିଆ ନେଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *