ପବିତ୍ର ଜନ୍ମାଷ୍ଟମୀରେ , ଭକ୍ତର ତୂଳୀରେ ଭଗବାନ
1 min readଭୁବନେଶ୍ୱର : ସେ କୃର୍ଷ୍ଣ ,ବାସୁଦେବ,ନିରାକାୟ,ନିରାମୟ,ଳୀଳାଧର ,ଅବତାରି ,ଅବତାରିତ ପୁଣି କେବେ ବନିଯାଆନ୍ତି ନିଜ ଭକ୍ତ ପାଇଁ ସାରଥି । ହଁ ସେଇ ବାସୁଦେବ ଯିଏ ସାରା ସଂସାରରର ହର୍ତା କର୍ତ୍ତା ଦୈବ ବିଧାତା । ଯୁଗେ ଯୁଗେ ନିଜ ଭକ୍ତ ମାନଙ୍କର ଦୁଃଖ ହରଣ ନିମନ୍ତେ ପାପିମାନଙ୍କୁ କରିଥିନ୍ତି ସେ ସଂହ୍ରାର । ସେହିଭଳି ଦ୍ୱାପରଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ମାନବରୂପରେ ଭଗବାନ ।
ଆଜି ସେହି ପବିତ୍ର ଦିନ ଯେଉଁଦିନ ସ୍ୱୟଂ ଭଗବାନ ମାମୁ କଂସର ବନ୍ଦୀଶାଳରେ ମା ଦେବକୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏହାପରେ ପିତା ବସୁଦେବଙ୍କୁ ନିଜର ବାସ୍ତବ ରୂପ ଦେଖାଇ କଂସର ଅତ୍ୟାଚାରରୁ ସମସ୍ତଙ୍କୁ ମୁକ୍ତ କରିବାକୁ ଆସିଛନ୍ତି ବୋଲି ଜଣାଇଥିଲେ । ବାସୁଦେବ ଅକାତକାତ ପାଣି ପାର ହୋଇ କୃର୍ଷ୍ଣଙ୍କୁ ବିଧି ପୂର୍ବକ ମଥୁରାରେ ଯଶୋଦା କୋଳରେ ଛାଡିଦେଇଆସିଥିଲେ । ଏନେଇ ଆଜିର ଦିନଟିକୁ ଉଭୟ ଗୋପ ମଥୁରା ସହ ସମଗ୍ର ଭାରତବର୍ଷରେ ଭଗବାନଙ୍କ ମାନବୀୟ ରୂପର ଜନ୍ମଦିନଭାବେ ପାଳନ କରାଯାଏ ।
ତେବେ ଏହି ଦିନ ମାନଙ୍କରେ ଭଗବାନଙ୍କ ଭିନ୍ନ ଭିନ୍ନ ଭକ୍ତଙ୍କ ଭକ୍ତିର ଭାବ ସହ ଭିନ୍ନ ଭିନ୍ନ କଳାକୃତିରେ ମଧ୍ୟ କେହି କେହି ଆଙ୍କି ଦିଅନ୍ତି ଶ୍ରର୍ଦ୍ଧାର ତୁଳିରେ । ସେହିଭଳି ରାଜଧାନୀ ଭୁବନେଶ୍ୱରରୁ ଦେଖାଦେଇଛନ୍ତି ଭଗବାନ ଜଣେ ଭକ୍ତଙ୍କ ହାତଅଙ୍କା ଛବିରେ । ନିଜର ସମ୍ପୂର୍ଣ୍ଣ ଶ୍ରର୍ଦ୍ଧାକୁ ଓଜାଡି ଦେଇଛନ୍ତି ନିଜ ରଙ୍ଗ ତୂଳୀରେ । ନାଁ ତାଙ୍କର ପ୍ରିୟଙ୍କା ଶାହାଣୀ ,ପାନ ପତ୍ର ଓ କଦମ୍ବ ପତ୍ରରେ ଆଙ୍କି ଦେଇଛନ୍ତି ରାଧା କୃର୍ଷ୍ଣଙ୍କ ସେଇ ଭାବଭରା ଛବିକୁ ।
ତେବେ ଏହି ପତ୍ରରେ ଆଙ୍କିବା ପଛରେ ମଧ୍ୟ ରହିଛି ଅନେକ ରହସ୍ୟ । କୁହାଯାଏ କି ପାନ ପତ୍ର ଏବଂ କଦମ୍ବ ପତ୍ର ପ୍ରଭୁଙ୍କର ପ୍ରିୟ ପତ୍ର ।ଏହି ଚିତ୍ରରେ ଯଥାର୍ଥ ଅଛି ଶ୍ରୀକୃଷ୍ଣ ପ୍ରାଣପ୍ରିୟା ରାଧାଙ୍କୁ ମଥୁରାରୁ ଶୀଘ୍ର ଫେରି ଆସିବାର ପ୍ରତିଜ୍ଞା କରି ଆସିପାରିନାହାନ୍ତି କ୍ଷ ରାଧା କଦମ୍ବ ବୃକ୍ଷ ମୂଳରେ ମୟୁର ପୂଛ ଧରି କୃଷ୍ଣଙ୍କୁ ମନେ ପକାଉଛନ୍ତି ଏବଂ ସେଠାରେ ପ୍ରଭୁ ଅନ୍ଧାର ରାତିରେ ବଇଁଶୀ ବଜାଇ ରାଧାଙ୍କୁ ମନେ ପକାଉଛନ୍ତି କ୍ଷ ପ୍ରେମ ଶକ୍ତି ଏବଂ ପବିତ୍ର କ୍ଷ ତାହାର ନିଚ୍ଛକ ଉଦାହରଣ ହେଉଛନ୍ତି ରାଧାକୃଷ୍ଣ ।
ଜନ୍ମାଷ୍ଟମୀର ପବିତ୍ର ଦିନରେ ସମସ୍ତଙ୍କୁ ପ୍ରତିଦିନ ତରଫରୁ ଅନେକ ଅନେକ ସୁଭେଚ୍ଛା ।