‘ଗୁଡ ଲକ୍ ଜେରି ’ରେ ଜାନବୀ କପୁରଙ୍କ ଦେଶୀ ଲୁକ୍ , ସୋସିଆଲ ମିଡିଆରେ ଫାଷ୍ଟ ଲୁକ୍ ଟେଷ୍ଟ ଚ୍ୟାଲେଞ୍ଜ ରଖିଲେ ଜାନବୀ
1 min readନୂଆଦିଲ୍ଲୀ : ବଲିଉଡ୍ର ଚର୍ଚ୍ଚିତ ହିରୋଇନ ଭାବେ ପରିଚିତ ଜାନବୀ କପୁର । ତେବେ ମାଁ ଶ୍ରୀଦେବୀଙ୍କ ଭଳି ସେ ଅଧିକ ନାମ କମାଇ ପାରିନଥିଲେ ସୁର୍ଦ୍ଧା ତାଙ୍କୁ ଇଣ୍ଡଷ୍ଟ୍ରିରେ ସମସ୍ତେ ଏକ ଦକ୍ଷ ହିରୋଇନ ଭାବରେ ଜାଣିନ୍ତି । ୨୦୧୮ ମସିହା ଫେବୃଆରୀ ୨୪ ତାରିଖରେ ଶ୍ରୀଦେବୀଙ୍କ ଅକାଳ ବିୟୋଗ ଘଟିଥିଲା । ତେବେ ମାଙ୍କ ବିୟୋଗରେ ସେ ଭାଙ୍ଗିନଯାଇ ନିଜର ଏକମାତ୍ର ସାନ ଭଉଣୀ ସହ ବାପାଙ୍କୁ ମଧ୍ୟ ସମ୍ଭାଳିନେଇଥିଲେ ଜାନବୀ । ବଡ ଝିଅ ହିସାବରେ ମାଁଙ୍କ ପରେ ନେଇଯାଇଥିଲେ ଘରର ସବୁ ଦାୟିତ୍ୱ । ତେବେ ମାଙ୍କ ମୃତ୍ୟୁର ଠିକ୍ ୬ ମାସ ପରେ ହିଁ ତାଙ୍କର ଏକ ଫିଲ୍ମ ପରଦାକୁ ଆସିଥିଲା ।
ନିର୍ଦ୍ଧେଶକ ଶଶାଙ୍କ ଖଇତାନ ଏକ ରୋମାଟିଣ୍ଟଏବଂ ଇମୋସନାଲ ଫିଲ୍ମ ‘ଧଡକ’ ରେ ତାଙ୍କୁ ପ୍ରଥମେ ଲିଡ୍ ରୋଲ ଦେଇଥିଲେ । ଏଇଠୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ଇଣ୍ଡଷ୍ଟ୍ରିର ଯାତ୍ରା । ଏହାପରେ ସେ ରାଜ୍କୁମାର ରାଓଙ୍କ ସହ ଲିଡ୍ ରୋଲରେ ରୁହି ନାମକ ଏକ ହରର୍ ଫିଲ୍ମଟିରେ ନଜର ଆସିଥିଲେ । ଏକ ସତ୍ୟ କାହାଣୀ ଉପରେ ପରିବେସିତ ଫିଲ୍ମ ‘ଗୁଞ୍ଜନ ସକ୍ସେନା’ ରେ ଜଣେ ଭାରତୀୟ ମହିଳା ପାଇଲଟ ଯିଏକି ପ୍ରଥମେ ଜଣେ ମହିଳା ଭାବରେ ଯୁଦ୍ଧ ବିମାନ ଉଡାଇଥିଲେ । ଏହିସବୁ ଚଳଚ୍ଚିତ୍ରର ସଫଳତା ପରେ ଏବେ ତାଙ୍କର ଏକ ଦେଶୀ ଲୁକ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏହି ଲୁକ୍ଟି ‘ଗୁଡ୍ ଲକ୍ ଜେରି’ ନାମକ ଏକ ଚଳଚିତ୍ରର ଯାହା ୨୦୨୨ ର ଜୁଲାଇ ୨୯ ତାରିଖରେ ଡିସନିପ ହଷ୍ଟାର ରେ ମୁକ୍ିଲାଭ କରିଥିଲା । ଏହା ୨୦୧୮ମସିହାର ଏକ ତାମିଲ ଫିଲ୍ମର ରିମେକ୍ ବୋଲି କୁହାଯାଉଛି । ଯେଉଁଥିରେ ତାମିଲସୁରଷ୍ଟାର ନୟନତାରା ଲିଡ୍ ରୋଲରେ ଦଶଙକଙ୍କ ସାମ୍ନାକୁ ଆସିଥିଲେ । ତେବେ ଏହି ଫିଲ୍ମରେ ଜାନଭୀ ଜଣେ ଗାଉଁଲି ଝିଅ ଭାବେ ନଜର ଆସିଛନ୍ତି । ଯାହାକୁ ସେ ବେଶ୍ ପସନ୍ଦ କରି ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଫାଷ୍ଟ ଲୁକ୍ ଚ୍ୟାଲେଞ୍ଜ କ୍ୟାପସନ ଦେଇ ସେୟାର କରିଛନ୍ତି । ଯାହା ଖୁବ୍ ଜୋରରେ ଏବେ ଭାଇରାଲ ହେବାରେ ଲାଗିଛି ।
ଶୁଣିବାକୁ ମିଳୁଛି ଯେ ଜାନବୀ ଆଗକୁ ଆହୁରି ୨ ଟି ଫିଲ୍ମ ହାତକୁ ନେଇଛନ୍ତି ଯେଉଁଥିରେ ସେ ଲିଡ୍ କ୍ୟାରେକଟର ଭାବେ ରାଜକୁମାର ରାଓ ଏବଂ ବରୁନ ଧାଓନଙ୍କ ସହ ନଜର ଆସିବେ ।